ବିଡ଼ିଓଙ୍କ ମନମୁଖୀ କାର୍ଯ୍ୟକଳାପ ନେଇ ଭାପୁର ବ୍ଲକ ତାଲା ପକାଇଲେ ଜନ ପ୍ରତିନିଧି ମାନେ
ଭାପୁର ବ୍ଲକ ବିଡ଼ିଓ ସାରଦା ପ୍ରସନ୍ନ ପଣ୍ଡାଙ୍କ ମନମୁଖୀ କାର୍ଯ୍ୟକଳାପ ଓ ଜନ ବିରୋଧୀ କାର୍ଯ୍ୟ ନେଇ ତାଲିଲେ ଜନ ପ୍ରତିନିଧି। ବ୍ଲକ କୁ ତାଲା ପକାଇଲେ ଜନ ପ୍ରତିନିଧି। ଗତ କିଛି ଦିନ ହେବ ଭାପୁର ବ୍ଲକ ରେ ଜନ ପ୍ରତିନିଧି ଓ ବିଡ଼ିଓ ଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ପୂର୍ବରୁ ଜନ ପ୍ରତିନିଧି ମାନେ ଭାପୁର ବ୍ଲକ ରେ ଶାନ୍ତି ପୂର୍ଣ୍ଣ ଭାବେ ଧାରଣା ଦେଇଥିଲେ। ଜ଼ିଲ୍ଲା ପ୍ରଶାସନ ହସ୍ତକ୍ଷେପ ପରେ ସେମାନେ ଉଠିଥିଲେ। ଉର୍ନ୍ନତି ମୂଳକ କାମ ରେ ପିସି, ଇନ୍ଦିରା ଆବାସ ରେ ଲାଞ୍ଚ, କୌଣସି ଉର୍ନ୍ନତି ମୂଳକ କାମ ରେ ଜନ ପ୍ରତିନିଧି ଙ୍କୁ ଖୋଜା ଯାଉନାହିଁ। ବିଡିଓ ଜନ ପ୍ରତିନିଧି ଙ୍କୁ ଦ୍ରୁବ୍ୟବହା କରୁଥିବା ଅଭିଯୋଗ ହେଉଛି। ଆଜି ଜନ ପ୍ରତିନିଧି ମାନେ ବ୍ଲକ ଅଫିସ ତାଲା ପକାଇବା ଶହ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଭାପୁର ବିଡିଓ କହିଛନ୍ତି ସମସ୍ତ ଉର୍ନ୍ନତି ମୂଳକ କାର୍ଯ୍ୟ ହେଉଛି। କାହାର ସ୍ୱାର୍ଥ ଉପରେ ହାନି ହେଉଥୁବାରୁ ଏଭଳି ଅଭିଯୋଗ କରୁଛନ୍ତି,ସକାଳ 10 ଟାରୁ କାର୍ଯ୍ୟାଳୟ କୁ ବନ୍ଦ କରି ପ୍ରତିବାଦ କରିଛନ୍ତି ସ୍ଥାନୀୟ ଜନ ପ୍ରତିନିଧି ମାନେ, ଆନ୍ଦୋଳନ ଚେୟାରମ୍ୟାନ୍ ସାବିତ୍ରୀ ପ୍ରଧାନ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ଏବଂ ଭାପୁର ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି ମାନେ ସାମିଲ ହୋଇ ଥିଲେ,ଅଭିଯୋଗ ହେଉଛି ସରକାରୀ କାର୍ଯ୍ୟ ଏବଂ ଉନ୍ନୟନ ମୂଳକ କାମରେ ବିଡ଼ିଓ ବିଜେଡ଼ି ବିଜେପି ଦଳ କର୍ମୀ କହି ବ୍ଲକରେ ବିଶୁଙ୍ଖଳ ସୃଷ୍ଟି କରୁଛନ୍ତି,ଯାହାକୁ ନେଇ ଭାପୁର ବ୍ଲକ ରେ ବିକାଶ କାର୍ଯ୍ୟ ଠପ ହେବା ସହ ବିବାଦ ସୃଷ୍ଟି ହେଉଛି.
Byte:-ସାବିତ୍ରୀ ପ୍ରଧାନ, ଅଧକ୍ଷ,ଭାପୁର ବ୍ଲକ
Byte:-ବେଣୁଧର ପ୍ରଧାନ,ଭାପୁର ବ୍ଲକ ଉପାଧ୍ୟକ୍ଷ
Byte:- ସାରଦା ପ୍ରସନ ପଣ୍ଡା,ବିଡ଼ିଓ,ଭାପୁର ବ୍ଲକ



