.ମଣ୍ଡଳସ୍ତରୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ ବୋଲଗଡ (ନି. ପ୍ର )ବୋଲଗଡ ମଣ୍ଡଳସ୍ତରୀୟ ଯୁବ ସମ୍ମିଳନୀ ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି. ରାଜ୍ୟ ଉଚ୍ଚ ଶିକ୍ଷା ଓ ଗଣଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ

👇समाचार सुनने के लिए यहां क्लिक करें

ମଣ୍ଡଳସ୍ତରୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ
ବୋଲଗଡ (ନି. ପ୍ର )ବୋଲଗଡ ମଣ୍ଡଳସ୍ତରୀୟ ଯୁବ ସମ୍ମିଳନୀ ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି. ରାଜ୍ୟ ଉଚ୍ଚ ଶିକ୍ଷା ଓ ଗଣଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ଏହି ଯୁବସମ୍ମିଳନୀ ରେ ବ୍ଲକର ସମସ୍ତ ଉଚ୍ଚ ମାଧ୍ୟମିକ ଓ ଡିଗ୍ରୀ କଲେଜର ୧୧୫ଜଣ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗରେ ପ୍ରତିଯୋଗିତା କରିଥିଲେ. ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥି ତଥା ପରମାନନ୍ଦ ମହାବିଦ୍ୟାଳୟ ଅଧକ୍ଷ ପ୍ରଦୀପ୍ତ କୁମାର ଦାଶ ଏହାକୁ ଉଦଘାଟନ କରିଥିଲେ ଲୋକ କଳା ଲୋକ ସଂଗୀତ କବିତା ରଚନା ଗଳ୍ପ ଲିଖନ ବିଜ୍ଞାନ ପ୍ରଦର୍ଶନୀ ଦଳଗତ ସଂଗୀତ ଗାନ ଆଦି ୭ଟି ବିଭାଗରେ ପ୍ରତିଯୋଗିତା ହୋଇଥିଲା. ସଂଯୋଜିକା ଡ଼. ଅନୁସୂୟା ପୃଷ୍ଟି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ. ଅପରାହ୍ନରେ ବିଇଓ ଶ୍ରୀ ସ୍ବାଇଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥି ଅଧକ୍ଷ ପ୍ରଫେସର ପ୍ରଦୀପ୍ତ କୁମାର ଦାଶ ମୁଖ୍ୟ ବକ୍ତା ତଥା କେପିଏନ କଲେଜ ଅଧକ୍ଷ ରମେଶ ଚନ୍ଦ୍ର ସାମନ୍ତରାୟ ଯୋଗଦେଇ ଯୁବ ସମ୍ମିଳନୀ ଯୁବକ ମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଉନ୍ମୋଚନ କରି ବିକଶିତ କରିଥାଏ. କୃତି ୧୪ଜଣ ପ୍ରତିଯୋଗୀ ଜିଲ୍ଲାସ୍ତରକୁ ମନୋନୀତ ହୋଇଛନ୍ତି ସେମାନେ ବ୍ଲକ ର ଗୌରବ ବୃଦ୍ଧି କରିବେ ବୋଲି ଆଶା କରିଥିଲେ. ଅନ୍ୟମାନଙ୍କ ମଧ୍ୟରେ ଦେଉଳି ରଘୁନାଥ ମହାବିଦ୍ୟାଳୟ ର ଅଧକ୍ଷ ଶେଖ ଅବଦୁଲ ରହିମ ଓ ରାଧାକାନ୍ତ ସଂସ୍କୃତ ମହାବିଦ୍ୟାଳୟ ର ଅଧକ୍ଷ ବଟକୃଷ୍ଣ ସାହୁ ପ୍ରମୁଖ ଯୋଗଦେଇଥିଲେ. ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ନାଥ ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ. ଅଧ୍ୟାପିକା ରୁପାଲୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ. ସିଆରସିସି ମହମ୍ମଦ ମୁସ୍ତାକ ଅଲ୍ଲୀ ଅଶୋକ କୁମାର ସାହୁ ଧିରେନ ପାତ୍ର ଙ୍କ ସମେତ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ସହଯୋଗ କରିଥିଲେ. ଏହି ଅବସରରେ ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା.. ପରିଶେଷରେ ସିଆରସିସି ଚନ୍ଦ୍ରଶେଖର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ.

Sidha Sambad
Author: Sidha Sambad

Leave a Comment

और पढ़ें