ସଂପୁର ଲକ୍ଷ୍ମୀଧର ସ୍ମାରକୀ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍ଘାଟିତ (ଫଟୋ ଅଛି)ଘୋରଡ଼ିଆ ଓ ସାଲୁଣି କ୍ରିକେଟ କ୍ଲବ ବିଜୟୀ

👇समाचार सुनने के लिए यहां क्लिक करें

ସଂପୁର ଲକ୍ଷ୍ମୀଧର ସ୍ମାରକୀ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍ଘାଟିତ (ଫଟୋ ଅଛି)ଘୋରଡ଼ିଆ ଓ ସାଲୁଣି କ୍ରିକେଟ କ୍ଲବ ବିଜୟୀ
ବୋଲଗଡ,୧୫/୧୨(ସିଧା ସମ୍ବାଦ)ବୋଲଗଡ଼ ବ୍ଲକ ସଂପୂର ଗ୍ରାମର ବାଲୁଙ୍କେଶ୍ୱର ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ଟାଙ୍ଗୀ ପଡ଼ିଆଠାରେ ପଞ୍ଚର୍ଦ୍ଦଶତମ ଲକ୍ଷ୍ମୀଧର ସ୍ମାରକୀ ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣାମେଣ୍ଟ ଗୁରୁବାର ଉଦ୍ଘାଟିତ ହୋଇଯାଇଛି।ନକଆଉଟ୍ ଭିତ୍ତିରେ ଖେଳାଯିବାକୁ ଥିବା ଏହି ଟୁର୍ଣାମେଣ୍ଟରେ ବିଭିନ୍ନ ଜିଲ୍ଲାର ୧୬ ଟି ଦଳ ଅଂଶଗ୍ରହଣ କରିବାକୁ ଥିବା ବେଳେ ପର୍ଯ୍ୟାୟ କ୍ରମେ ଚାରି ଗୋଟି ଦଳ ମଧ୍ୟ ଖେଳ ଅନୁଷ୍ଠିତ ହୋଇ ଥିଲା। ଆଜିର ଉଦଘାଟନୀ ମ୍ୟାଚରେ ପ୍ରଥମେ ଘୋର ଡିଆ ଗ୍ରାମର କ୍ରିକେଟ କ୍ଳବ ଓ ନରେନ୍ଦ୍ର ପୁର କ୍ରିକେଟ କ୍ଳବ୍ ମଧ୍ୟରେ ମୁକାବିଲା ହୋଇଥିଲା। ନରେନ୍ଦ୍ର ପୁର ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇ 12 ଓଭରରେ 6 ଉଇକେଟ ହରାଇ 90 ରନ କରିଥିଲା।ଏହାର ଜବାବରେ ଘୋର ଡିଆ ଦଳ 9 ଓଭର ରେ 5 ଉଇକେଟ ବିନିମୟରେ 91 ରନ କରି ବିଜୟୀ ହୋଇଥିଲା। ସେହି କ୍ରମ 2 ୟ ମ୍ୟାଚରେ ସାଲୁଣି ଓ ବାଙ୍କୋଇ କ୍ରିକେଟ ଦଳ ମଧ୍ୟ୍ୟ ରେ ଖେଳ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ଟଚ ଜିତି ବାଙ୍କୋଇ କ୍ରିକେଟ ଦଳ 12 ଓଭର ସମସ୍ତେ ଉଇକେଟ ହରାଇ 78 ରନ ସଂଗ୍ରହ କରିଥିଲା। ଏହାର ଜବାବ ରେ ସାଲୁଣି କ୍ରିକେଟ ଦଳ 10 ଓଭର 6 ଉଇକେଟ ହାରଇ 81 ରନ ସଂଗ୍ରହ କରି ବିଜୟୀ ହୋଇ କ୍ଵାଟର ଫାଇନାଲକୁ ଉନତି ହୋଇଥିଲା। ଏହି ମ୍ୟାଚଟିକୁ ଆମ୍ପେୟର ଭାବେ ଭାବଗ୍ରାହୀ ମଙ୍ଗରାଜ ଓ ନାରାୟଣ ରଣସିଂହ ପରିଚାଳନା କରିଥିଲେ।ଉଦ୍ଘାଟନୀ ସମାରୋହରେ
ମୁଖ୍ୟଅତିଥି ଭାବେ ଯୁବ ସମାଜ ସେବୀ ମନୋଜ କୁମାର ପ୍ରଧାନ ,ମୁଖ୍ୟବକ୍ତା ଭାବେ ସାମାଜିକ କର୍ମୀ ହେମନ୍ତ ଦେଓ ଓ ସମ୍ମାନୀତ ଅତିଥି ଭାବେ ଖଙ୍ଗୁରିଆ ପଞ୍ଚାୟତ ବିଜେଡ଼ି ସଭାପତି ଚିତରଂଜନ ମିଶ୍ର, ଖବରଦାତା ନିରଞ୍ଜନ ନାୟକ, ହର ପ୍ରସାଦ ନାଥ ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ କପ ଉନ୍ମୋଚନ କରିଥିଲେ।ଆୟୋଜକ କ୍ଲବର ସଦସ୍ୟ ବିକୁ, ରଘୁ, ଚଗଲା,ନଣ୍ଡା, ଚିନୁ, ପିଣ୍ଟୁଆ, ବୁଦୁଲା, ବାବାଲି ପ୍ରମୁଖ ସହଯୋଗ କରିଥିଲେ।ପରିଶେଷରେ ପ୍ରମୁଖ ଆୟୋଜକ ବବୁଲ କୁମାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें