ଗାଡି ଥିଲେ କରନ୍ତୁ ଏହି ୮ଟି ନିୟମ

👇समाचार सुनने के लिए यहां क्लिक करें

ଗାଡ଼ି ମାଲିକଙ୍କୁ ବର୍ଦ୍ଧିତ ଫାଇନରୁ ମିଳିପାରେ ବଡ଼ ଆଶ୍ବସ୍ତି…କମିପାରେ ଜରିମାନା ପରିମାଣ…ବକେୟା ଚାଲାଣ ପୈଠ ଟେନସନରୁ ମିଳିପାରେ ମୁକ୍ତି। ଏଭଳି କିଛି ଇସାରା ଦେଇଛି ପରିବହନ ବିଭାଗ। ଆଭାସ ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ। ତେଣୁ କେବଳ ଅନଲାଇନ୍ ନୁହେଁ, ଅଫଲାଇନରେ ବି ପୈଠ କରିହେବ ଇ-ଚାଲାଣ। ଗାଡ଼ି ମାଲିକଙ୍କ ସୁବିଧାକୁ ଦେଖି ନଗଦ ଅର୍ଥ ଗ୍ରହଣ ପାଇଁ ରାଜ୍ୟର ସବୁ RTOଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ ତଥା STA ନିର୍ଦ୍ଦେଶ ଦେଇଛି। ଏଥିପାଇଁ RTO ଅଫିସରେ ସ୍ବତନ୍ତ୍ର ଭାବେ ଅଧିକାରୀଙ୍କୁ ଦାୟିତ୍ବ ଦିଆଯିବ। କାରଣ ଅନଲାଇନରେ ଇ-ଚାଲାଣ ଭରୁଥିଲେ କେତେବେଳେ OTPରେ ସମସ୍ୟା ତ ଆଉ କେଉଁଠି ଇଣ୍ଟରନେଟ୍ ବ୍ୟବସ୍ଥା ନଥିବାରୁ ଅସୁବିଧା ହେଉଛି। ତେଣୁ ଅଫଲାଇନରେ ବି ଇ-ଚାଲାଣ ଭରିପାରିବେ ବୋଲି STA କହିଛି। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି ପରିବହନ ମନ୍ତ୍ରୀ। ଆସନ୍ତା ଫେବ୍ରୁଆରୀ ପହିଲାରୁ ଯାନବାହନ ଗୁଡ଼ିକରେ ଗ୍ରୀନ୍ ଷ୍ଟିକର ଲଗାଯିବ।ମୋଟର ଭେଇକିଲ ଆକ୍ଟ ଅନୁସାରେ ପ୍ରମାଣପତ୍ର ଠିକଠାକ ଥିବା ଗାଡ଼ିକୁ ଗ୍ରୀନ୍ ଷ୍ଟିକର ଦିଆଯିବ। ସେହିପରି ୨୦୧୯ରୁ ବଢ଼ିଥିବା ଜରିମାନା ପରିମାଣକୁ କୋହଳ ପାଇଁ ତର୍ଜମା କରାଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି। ନୂଆ ହେଉ କି ପୁରୁଣା। ଟେଷ୍ଟିଂ ସେଣ୍ଟର ପକ୍ଷରୁ ସବୁ ଗାଡିକୁ ଦିଆଯାଉଥିବା PUC ସାର୍ଟିଫିକେଟ ବ୍ୟବସ୍ଥାର ମଧ୍ୟ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ। ସମସ୍ତ କାଗଜପତ୍ର ଠିକ୍ ଥାଇ ବି ଯଦି କେହି ଗ୍ରୀନ୍ ଷ୍ଟିକର୍ ଲଗାଇନାହାଁନ୍ତି, ତାଙ୍କୁ ବି ଟାଙ୍କିରେ ତେଲ ମନା ସହ କଟିବ କି ଚାଲାଣ ? ଗ୍ରୀନ୍ ଷ୍ଟିକର ବ୍ୟବସ୍ଥାକୁ ନେଇ ଏବେ ଏଭଳି ନାନା ଆଶଙ୍କା। ତେବେ ପରିବହନ ମନ୍ତ୍ରୀ କହିଛନ୍ତି, MV ଆକ୍ଟ ଅନୁଯାୟୀ, ଯାନବାହନର ସବୁପ୍ରକାର ପ୍ରମାଣପତ୍ର ସହ PUCC ରହିବା ଦରକାର। ଜରିମାନା ଆଦାୟ ମୂଳ ଲକ୍ଷ୍ୟ ନୁହଁ। ପଲ୍ୟୁସନ୍ ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ୍ ମନା ନିୟମ ପରେ ଗାଡ଼ି ମାଲିକଙ୍କ ଧାଁ ଦଉଡ଼। ତାହାରି ଭିତରେ ଆଗକୁ ତଥା ଫେବୃୟାରୀରୁ ଆସୁଛି ଗ୍ରୀନ୍ ଷ୍ଟିକର। ତେବେ କେତେ ସହଜ ଏବଂ ସୁବିଧାଜନକ ହେଉଛି ଏହି ବ୍ୟବସ୍ଥା, ତାକୁ ଅପେକ୍ଷା।
ସେପଟେ ଯଦି ଆପଣଙ୍କର ପାଖରେ ଗାଡି ଅଛି ଏହି ସବୁ ବିଷୟରେ ଜାଣିବା ନିହାତି ଦରକାର।

ପ୍ରଥମେ ଆପଣଙ୍କ ବ୍ଲଡ଼ ଗ୍ରୁପ
ଏବଂ ଦ୍ୱିତୀୟ ରେ RC ରେ ଦିଆଯାଇଥିବା ମୋବଇଲ ନୁମ୍ବର. ଏବଂ ପୂର୍ବ ଫାଇନକୁ clear କରିଵା
ଏଥିସହ ଆପଣଙ୍କ ଇନ୍ସୁରାନ୍ସ
ଏହାଛଡା ଗାଡିରେ ଗ୍ରୀନ ଷ୍ଟିକର ରହିଵା ମଧ୍ୟ୍ୟ ନିହାତି ଜରୁରୀ
ଆଉ ସବୁ ବଡ କଥା ଯଦି ଗାଡି କାହାକୁ ବିକିଛନ୍ତି ତେବେ ୱନର ସିପ ଟ୍ରାନ୍ସପର କରିବା ମଧ୍ୟ୍ୟ ନିହାତି ଜରୁରୀ

Sidha Sambad
Author: Sidha Sambad

Leave a Comment

और पढ़ें