ପିଲାଦିନ ଅଭୁଲା ସ୍ମୃତି କୁ ମନେ ରଖିବାର ସ୍ବତନ୍ତ୍ର ପ୍ରୟାସ।

👇समाचार सुनने के लिए यहां क्लिक करें

ତା ୨୮/୧୨/୨୦୨୫ (ସିଧା ସମ୍ବାଦ)ଚନ୍ଦ୍ରଶେଖର ପୁରୁ, ନୟାଗଡ଼

୨୦୦ ରୁ ଉର୍ଦ୍ଧ୍ବ ଝିଅ ମାନେ ୨ବର୍ଷ ହେଲା ପୁରୁଣା ସ୍ମୃତିକୁ ମନେ ପକାଇବା ପାଇଁ ଏକାଠି ହେଉଛନ୍ତି। ପ୍ରସିଦ୍ଧ ନୀଳକଣ୍ଠେଶ୍ଵର ମହାଦେବ ଓ ଦୁଆଣ୍ଟ ନଦୀକୂଳ ର ସୁଲୁସୁଲିଆ ପବନ, ଗାଁ ମାଟିର ମହକ ସମସ୍ତ ଝିଅ ବୋହୂ ମାନଙ୍କୁ ଆକୃଷ୍ଟ କରିଛି। ଦୂରଦୂରାନ୍ତ ରେ ଝିଅ ମାନେ ବିବାହ ହୋଇଥିବାରୁ ଗୋଟିଏ ସମୟରେ ଏକାଠି ହୋଇପାରୁ ନଥିଲେ। ପୁରୁଣା ବର୍ଷକୁ ବିଦାୟ ଦେବା, ନୂତନ ବର୍ଷକୁ ସ୍ଵାଗତ କରିବା ପାଇଁ କନିଷ୍ଠ ବରିଷ୍ଠ ଙ୍କୁ ଏକାଠି କରି ଗ୍ରାମର ଲାଇବ୍ରେରୀ ଘରର ପରିସର ଭିତରେ ନିଜେ ଝିଅ ମାନେ ଭୋଜିଭାତ ଓ ନାଚଗୀତ ର ଆୟୋଜନ କରିଥିଲେ। ଏହାର ସମସ୍ତ ଖର୍ଚ୍ଚ ସୁଜାତା ତ୍ରିପାଠୀ ଖୁସିରେ ଦେଇଥିଲେ ଓ ନିଜେ ଖୁସି ଅନୁଭବ କରିଥିଲେ। ଏଥିରେ ସହଯୋଗ କରିଥିଲେ ସୁଶାନ୍ତି ପୃଷ୍ଟି, ସଂଯୁକ୍ତା ନନ୍ଦ, ରଞ୍ଜୁବାଳା ନନ୍ଦ, ମମତା ତ୍ରିପାଠୀ, ସ୍ୱର୍ଣ୍ଣବିନି ଷଡ଼ଙ୍ଗୀ, ସବିତା ରଥ ଏବଂ ଗ୍ରାମ କମିଟିର ରବି ନନ୍ଦ, ମାନସ ମିଶ୍ର, ସନ୍ତୋଷ ରଥ, ଟୁକୁନା ମିଶ୍ର ଶେଷରେ ସୁଜାତା ତ୍ରିପାଠୀ ଙ୍କୁ ଧନ୍ୟବାଦ ଦେଇ ସବୁବର୍ଷ ଏହି ପ୍ରୟାସ ରଖିବା ପାଇଁ କହିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें