ଭୁବନେଶ୍ୱରରେ ବିଜେଡି ନେତାଙ୍କ ମେଳି I

👇समाचार सुनने के लिए यहां क्लिक करें

ଭୁବନେଶ୍ୱରରେ ବିଜେଡି (Biju Janata Dal) ନେତାଙ୍କ ମେଳିକୁ ନେଇ ଏକ ବିସ୍ତୃତ ରିପୋର୍ଟ:


ପୁଣି ମେଳି ବାନ୍ଧିଲେ ବିଜେଡି ନେତା

ଭୁ


ରିପୋର୍ଟ: ସିଧାସମ୍ବାଦ ନ୍ୟୁଜ୍ ଡେସ୍କ

ପୁଣି ମେଳି ବାନ୍ଧିଲେ ବିଜେଡି ନେତା । ଯାଜପୁର ବିଜେଡି ନେତାଙ୍କୁ ନେଇ ପ୍ରମିଳା ମଲ୍ଲିକଙ୍କ ଘରେ ବସିଛି ବଡ଼ ବୈଠକ । ତେବେ ମିଳିଥିବା ସୂଚନା ଅନୁସାରେ ଏହି ବୈଠକରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ବା ବବି ଦାସଙ୍କ ସହିତ ରାଜ ନାରାୟଣ ମହାପାତ୍ର, ସୁଜାତା ସାହୁ, ଶର୍ମିଷ୍ଠା ସେଠୀ ଏବଂ ବିଶ୍ୱ ମଲ୍ଲିକଙ୍କ ଭଳି ନେତା ସାମିଲ ହୋଇଛନ୍ତି । ତେବେ ଏକାଧିକ ବିଜେଡି ନେତାଙ୍କ ଏହି ବୈଠକ ସୌଜନ୍ୟମୂଳକ ନା ଏହା ପଛରେ ଅନ୍ୟ କିଛି ଗୁମର ଲୁଚିଛି, ସେନେଇ କୌଣସି ବି ସୂଚନା ମିଳିପାରିନି। ତେବେ କିଛି ଦିନ ତଳେ ଖୋଦ୍ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଥିଲେ ଯେ, ବିଜେଡି ନେତା ବୈଠକ କରିବାକୁ ଚାହିଁଲେ ଦଳର କାର୍ଯ୍ୟାଳୟ ଶଙ୍ଖ ଭବନରେ ଏକାଠି ହୁଅନ୍ତୁ ଆଉ ସେହି ଜାଗାରେ ହିଁ ବୈଠକ କରନ୍ତୁ । ହେଲେ ତା ପରେ ମଧ୍ୟ ଦଳର ଏକାଧିକ ନେତା ଶଙ୍ଖ ଭବନ ବାହାରେ ମିଟିଂ କରୁଥିବା ନଜର ଆସିଛନ୍ତି । ଏହି କ୍ରମରେ ପ୍ରମିଳାଙ୍କ ଘରେ ବବି ଦାସଙ୍କ ସହିତ ଯାଜପୁର ବିଜେଡି ନେତା କାହିଁକି ଏକାଠି ହୋଇଛନ୍ତି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ?ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରମିଳା ମଲ୍ଲିକଙ୍କ ସରକାରୀ ବାସଭବନ ଠାରୁ ଶଙ୍ଖ ଭବନର ଦୂରତା ମାତ୍ର କେଇ ହାତ ଦୂରରେ । ହେଲେ ତା ସତ୍ତ୍ୱେ ମଧ୍ୟ ଏହି ନେତାମାନେ କାହିଁକି ପ୍ରମିଳାଙ୍କ ଘରେ ଏକାଠି ହେଲେ, ତାକୁ ନେଇ ଏବେ ଚର୍ଚ୍ଚା ଥମିବାର ନା ନେଉନି । ଖାସ୍ କରି ଯାଜପୁର ବିଜେଡି ନେତାଙ୍କ ଏହି ମେଳିକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି ।https://youtu.be/IOubKMoE7xI?si=HS1IKJZWdqh_FO0m

Sidha Sambad
Author: Sidha Sambad

Leave a Comment

और पढ़ें