‘ସିଧା ସମ୍ବାଦ’.: ଯଦି ଆପଣଙ୍କର ବ୍ୟାଙ୍କରେ କିଛି ଜରୁରୀ କାମ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ଆସନ୍ତା ୨୭ ତାରିଖ ମଙ୍ଗଳବାର ଦିନ ବ୍ୟାଙ୍କ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି।
ଦେଶବ୍ୟାପୀ ପାଖାପାଖି ୮ ଲକ୍ଷ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ଆନ୍ଦୋଳନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛନ୍ତି। ବିଭିନ୍ନ ଦାବି ନେଇ ଏହି ଆନ୍ଦୋଳନ ଡାକରା ଦିଆଯାଇଛି। ଏହାର ପ୍ରଭାବ ସାରା ଦେଶର ବ୍ୟାଙ୍କିଙ୍ଗ୍ ସେବା ଉପରେ ପଡିପାରେ। ଯଦିଓ ଅନଲାଇନ୍ ଟ୍ରାଞ୍ଜାକ୍ସନ୍ ଚାଲୁ ରହିବ, ତଥାପି ଶାଖାକୁ ଯାଇ କାମ କରିବା କଷ୍ଟକର ହୋଇପାରେ।
ତେଣୁ, ଆପଣଙ୍କର ଯଦି କିଛି ଜରୁରୀ ଟଙ୍କା ଜମା କିମ୍ବା ଉଠାଣ କାମ ଅଛି, ତେବେ ୨୭ ତାରିଖ ପୂର୍ବରୁ ସାରିଦେବା ଭଲ। ଅଧିକ ଖବର ପାଇଁ ଦେଖୁଥାନ୍ତୁ ‘ସିଧା ସମ୍ବାଦ’।




