ଓଡ଼ିଶା ମାଗିଲା ସ୍ବତନ୍ତ୍ର ପାଣ୍ଠି

👇समाचार सुनने के लिए यहां क्लिक करें

ନିକଟରେ ୨୦୨୬-୨୭ କେନ୍ଦ୍ର ବଜେଟ୍ ପୂର୍ବରୁ ଓଡ଼ିଶା ସରକାର କେନ୍ଦ୍ର ନିକଟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ପାଣ୍ଠି ଏବଂ ସହାୟତା ଦାବି କରିଛନ୍ତି।। ଓଡ଼ିଶାର ରାଜଧାନୀର ବିକାଶ ପାଇଁ ଏଭଳି ଏକ ବଡ଼ ପରାମର୍ଶ ଦେଇଛନ୍ତି ଖୋଦ୍ ନୀତି ଆୟୋଗର ଉପାଧ୍ୟକ୍ଷ। ଅନ୍ୟପକ୍ଷରେ ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୀତି ଆୟୋଗ ନିକଟରେ ରଖିଛନ୍ତି ଅନେକ ବଡ଼ ଦାବି।

ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ ଏବଂ ସଦସ୍ୟ ଡ. ଅରବିନ୍ଦ ଭିରମାନୀ। ଏହି ବୈଠକରେ ରାଜ୍ୟର ବିକାଶ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି।

ସବୁଠାରୁ ବଡ଼ କଥା ହେଲା, ଭୁବନେଶ୍ୱରକୁ ଦେଶର ଏକ ଆଧୁନିକ ମହାନଗର ଭାବେ ଗଢ଼ିବା ପାଇଁ ନୀତି ଆୟୋଗ ଉପାଧ୍ୟକ୍ଷ ‘ଟେକ୍ସାସ୍ ମଡେଲ୍’ (Texas Model) ଅନୁକରଣ କରିବାକୁ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟର ସହରାଞ୍ଚଳ ସମସ୍ୟାର ମୁକାବିଲା ପାଇଁ ଅଧିକ ପାଣ୍ଠି ଦାବି କରିଛନ୍ତି। ବିଶେଷକରି ‘ଭୁବନେଶ୍ବର-କଟକ-ପୁରୀ-ପାରାଦ୍ବୀପ’ ଅର୍ଥନୈତିକ ଅଞ୍ଚଳର ବିକାଶ ପାଇଁ ସେ ନୀତି ଆୟୋଗଙ୍କ ସହାୟତା ଲୋଡ଼ିଛନ୍ତି। ଏଥିପାଇଁ ୯୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ମଧ୍ୟ ଚିହ୍ନଟ କରାଯାଇଛି।

ଶିଳ୍ପ ଓ ପୁଞ୍ଜି ନିବେଶ କ୍ଷେତ୍ରରେ ଓଡ଼ିଶାର ଉଦ୍ୟମକୁ ନୀତି ଆୟୋଗ ପ୍ରଶଂସା କରିବା ସହ ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଉତ୍ତମ ସମନ୍ୱୟ ରହିବ ବୋଲି କୁହାଯାଇଛି।

ତେବେ ଦେଖିବାକୁ ବାକି ରହିଲା, ଟେକ୍ସାସ୍ ମଡେଲରେ ଭୁବନେଶ୍ୱରର ରୂପରେଖ କେବେ ବଦଳୁଛି ଏବଂ କେନ୍ଦ୍ରରୁ ଓଡ଼ିଶାକୁ କେତେ ଶୀଘ୍ର ସ୍ୱତନ୍ତ୍ର ସହାୟତା ମିଳୁଛି

Sidha Sambad
Author: Sidha Sambad

Leave a Comment

और पढ़ें