ବୋଲଗଡ ବ୍ଲକ ବଡ଼କୁମାରୀ ଗ୍ରାମ ନୀଳକଣ୍ଠେଶ୍ଵର ଦେବଙ୍କ ସମ୍ମୁଖ ପଡ଼ିଆରେ ଚାଲିଥିବା ଦ୍ଵାଦଶତମପାଞ୍ଚଗଡ ମହୋତ୍ସବ 2026 ଶନିବାର ଥିଲା ତୁତୀୟ ସନ୍ଧ୍ୟା ରାଡିଆଣ୍ଟ ୟୁଥ ଫୋରମ ଓ ପାଞ୍ଚଗଡ କମିଟି ପକ୍ଷରୁ ଚାଲିଥିବା ଆୟୋଜିତ ଏହି ମହୋତ୍ସବର ତୁତୀୟ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ କଳାକାରଙ୍କ ନୃତ୍ୟ ଗୀତ ଓ ଘୋଡ଼ା ନାଚ ପରିବେଷଣ ଦର୍ଶକଙ୍କୁ କିମିଆ କରିଥିଲା ତୁତୀୟ ସନ୍ଧ୍ୟା ରେ ୟୁଥ ଫୋରମର ଅଧ୍ୟକ୍ଷ ଡଃ ପ୍ରକାଶ ଚନ୍ଦ୍ର ପ୍ରଧାନ ସଭାପତି କରିଥିଲେ ମୁଖ୍ୟ ଅତିଥି ଭାବେ ଯୁବ ସମାଜସେବୀ ମନୋଜ କୁମାର ପ୍ରଧାନ ଜୟଶ୍ରୀ ପଟ୍ଟନାୟକ ଅମିୟ ପାଣ୍ଡବ କାଳୁ ଚରଣ ନାୟକ ତୁଷାର କାନ୍ତ ଜେନା ପ୍ରମୋଦ କୁମାର ସ୍ବାଇଁ ଡଃ ବିଭୂତି ଭୂଷଣ ଦଳାଇ ଅଧ୍ୟକ୍ଷତା ଡଃ ପ୍ରକାଶ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ






