ରାଜ୍ୟ ସଭାପତି ସୁରେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ନୀଳଗିରି ପଣ୍ଡା ଅଫିସ ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ବାଲେଶ୍ଵର ଡିଭିଜନ ସ୍ତରୀୟ ଓଡ଼ିଶା ପାୱାର ସେକ୍ଟର ଟେକ୍ନୋଲଜି ଏମ୍ପ୍ଲୋଇଜ ୟୁନିଅନ ପକ୍ଷରୁ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ସମ୍ମିଳନୀ ରେ ବିଦ୍ୟୁତ ବିଭାଗରେ ଅସ୍ଥାୟୀ ଭାବେ ଏଜେନ୍ସି ମାଧ୍ଯମରେ କାର୍ଯ୍ୟ କରୁଥିବା ମିଟର ରିଡର, ବିଲ କଲେକ୍ଟର ,ଲାଇନ୍ ମେନ୍ ଓ ହେଲ୍ପର ମାନଙ୍କର ବହୁମୁଖି ସମସ୍ୟା ସଂପର୍କରେ ବାଲେଶ୍ଵର ଶାଖା ସଭାପତି ଶ୍ରୀ ବେହେରା ଆଲୋଚନା କରିବା ସହିତ ଏହାର ନିରାକରଣ ପାଇଁ ରାଜ୍ୟ ବିଦ୍ୟୁତ୍ ବିଭାଗ, ରାଜ୍ୟ ସରକାର ତଥା ଟିପିଏନଓଡିଏଲ କୁ ଜଣାଇବେ ବୋଲି କହିଥିଲେ। ସଂଗଠନ ର ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ତାଙ୍କ ବକ୍ତବ୍ୟ ରେ କହିଥିଲେ କି,
ଠିକା ସିଷ୍ଟମ କୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ସ୍ଥାୟୀ ଚାକିରୀ ସର୍ତ୍ତାବଳୀ ପ୍ରଚଳନ କରିବା, ନିଯୁକ୍ତି କୁ
ସ୍ଥାୟୀ କରିବା ପାଇଁ ପଦକ୍ଷେପ ନେବାକୁ ଦାବୀ ଉଠାଇ ଥିଲେ।ଉପରୋକ୍ତ ଦାବୀ ଗୁଡ଼ିକ ପୂରଣ ନ ହେଲେ ୟୁନିଅନ ଲଢ଼ିବା ପାଇଁ ନିଷ୍ପତି ଗ୍ରହଣ କରିଥିବା ସ୍ପଷ୍ଟ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଗୌର ବେହେରା,
ସାଧାରଣ ସମ୍ପାଦକ, ପ୍ରଭାତ କୁମାର ଦାଶ, କର୍ପୋରେଟ ସମ୍ପାଦକ ସନ୍ତୋଷ କୁମାର ପୁହାଣ, ଡିଭିଜନ ସମ୍ପାଦକ
ରମେଶ ଚନ୍ଦ୍ର ପ୍ରଧାନ,ରବୀନ୍ଦ୍ର ଦଳେଇ,ଲିଙ୍ଗରାଜ ଦାସ,ଦିଲ୍ଳିପ କୁମାର ମହାନ୍ତି ପ୍ରମୁଖ ମଞ୍ଚାସୀନ ରହି ସମସ୍ୟା ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।ଉକ୍ତ ସମ୍ମିଳନୀରେ ଜିଲ୍ଲା ର ବିଭିନ୍ନ ସ୍ଥାନରୁ ୭୦ ରୁ ଉର୍ଦ୍ଧ୍ବ ମିଟର ରିଡର୍ , ୫୦ରୁ ଉର୍ଧ୍ଵ ଜଣ ବିଲ୍ କଲେକ୍ଟର, ଏଏମସି ୪୦ ଜଣ ଯୋଗ ଦେଇଥିବା ଜଣାଯାଇଛି। ଶେଷ ରେ ରମେଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।



