ନୀଳଗିରି ରାଜନୀତିରେ ଦେଖିବାକୁ ମିଳିଛି ଏକ ବଡ଼ ଧରଣର ପରିବର୍ତ୍ତନ। ଗୋଟିଏ ପଟେ ସ୍ଥାନୀୟ ବିଧାୟକଙ୍କୁ ବିରୋଧ କରାଯାଉଥିବା ବେଳେ, ଅନ୍ୟପଟେ ନେତା ସୁକାନ୍ତ ନାୟକଙ୍କ ଶିବିର ଆଡକୁ ମୁହାଁଉଛନ୍ତି କର୍ମୀ ଓ ସାଧାରଣ ଜନତା।
“ନୀଳଗିରି ନିର୍ବାଚନ ମଣ୍ଡଳୀରେ ରାଜନୈତିକ ସମୀକରଣ ବଦଳିବାରେ ଲାଗିଛି। ସୂଚନା ମୁତାବକ, ସ୍ଥାନୀୟ ଅଞ୍ଚଳର ବହୁ ଅସନ୍ତୁଷ୍ଟ କର୍ମୀ ଏବଂ ସାଧାରଣ ଲୋକେ ବର୍ତ୍ତମାନର ବିଧାୟକଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାରି ଭିତରେ ସୁକାନ୍ତ ନାୟକଙ୍କ ସଙ୍ଗଠନ ଆଡକୁ ଲୋକଙ୍କ ସମର୍ଥନ ବଢୁଥିବା ଦେଖିବାକୁ ମିଳିଛି।
ଏକ କାର୍ଯ୍ୟକ୍ରମରେ ସୁକାନ୍ତ ନାୟକଙ୍କୁ ବେଶ୍ ଉତ୍ସାହର ସହ ସ୍ୱାଗତ କରାଯାଇଛି। ବିରୋଧୀ ଗୋଷ୍ଠୀର କିଛି କର୍ମୀ ମଧ୍ୟ ସୁକାନ୍ତଙ୍କ ନେତୃତ୍ୱ ଉପରେ ଭରସା କରି ତାଙ୍କ ସହ ଯୋଡି ହୋଇଥିବା ଚର୍ଚ୍ଚା ହେଉଛି। ତେବେ ଆଗାମୀ ଦିନରେ ନୀଳଗିରି ରାଜନୀତି କେଉଁ ମୋଡ ନେଉଛି, ତାହା ଦେଖିବାକୁ ବାକି ରହିଲା।”




