ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି। ବିଶ୍ୱ ବ୍ୟାଙ୍କ ଆଗରେ ସରକାର ‘ଗୋଲାପୀ ଚିତ୍ର’ ଦେଖାଉଛନ୍ତି, କିନ୍ତୁ ବାସ୍ତବରେ ରାଜ୍ୟ ଅର୍ଥନୀତି ରସାତଳକୁ ଯାଉଛି। ୧୮ ମାସରେ ୯୧ ହଜାର କୋଟି ଟଙ୍କାର ଋଣ ଭାର ବଢିଥିବା ଅଭିଯୋଗ ଆଣିଛି ବିରୋଧୀ। ଦେଖନ୍ତୁ ଏହି ରିପୋର୍ଟ।”
“ନିକଟରେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବଙ୍ଗା ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏହାକୁ ନେଇ ଆଜି ବିଜେଡି ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି।
ବିଜେଡି ନେତା ପ୍ରୀତିରଞ୍ଜନ ଘଡାଇ ଏବଂ ଲେଲିନ୍ ମହାନ୍ତି ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର ବିଶ୍ୱ ବ୍ୟାଙ୍କ ଟିମ୍ ଆଗରେ ଭୁଲ୍ ତଥ୍ୟ ଉପସ୍ଥାପନ କରିଛନ୍ତି। ବିଜେଡିର କହିବା କଥା:
-
ଗତ ୧୮ ମାସ ଭିତରେ ରାଜ୍ୟ ସରକାର ୯୧,୦୦୦ କୋଟି ଟଙ୍କାର ଋଣ କରିସାରିଲେଣି।
-
ଏଥିମଧ୍ୟରୁ ୩୮% ଋଣ କେବଳ ଖୋଲା ବଜାରରୁ ଅଧିକ ସୁଧରେ ଅଣାଯାଇଛି।
-
ରାଜ୍ୟର ଅଭିବୃଦ୍ଧି ହାର (GSDP) ୯.୬% ରୁ ଖସି ୭.୨% ରେ ପହଞ୍ଚିଛି।
-
କୃଷି କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ୭.୬% ରୁ ୩.୮% କୁ ହ୍ରାସ ପାଇଛି।
ବିଜେଡି ପ୍ରଶ୍ନ କରିଛି ଯେ, ରାଜ୍ୟର ଆର୍ଥିକ ସ୍ଥିତି ବିଗୁଡୁଥିବା ବେଳେ ବିଶ୍ୱ ବ୍ୟାଙ୍କ କଣ ଏଥିରେ ସହମତ ଅଛନ୍ତି?”
Loading Viewer...





