ପର୍ଯ୍ୟଟନ ସହର ପୁରୀରୁ ଆସିଛି ଏକ ବିରଳ ଚିତ୍ର। ନୀଳାଦ୍ରୀ ଏବଂ ବ୍ଲୁ ଫ୍ଲାଗ୍ ବିଚ୍ର ବାଲୁକା ଶଯ୍ୟାରେ ଦେଖିବାକୁ ମିଳୁଛି ହଜାର ହଜାର ଜୀବନ୍ତ ଶାମୁକା। ସକାଳ ସମୟରେ ଏହି ଶାମୁକାମାନେ ବାଲି ଉପରେ ଖେଳୁଥିବା ବେଳେ ସୂର୍ଯ୍ୟୋଦୟ ପରେ ପୁଣି ସମୁଦ୍ର ଭିତରକୁ ଫେରି ଯାଉଛନ୍ତି। ଏହି ମନୋରମ ଦୃଶ୍ୟ ଏବେ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କ ମନ ମୋହୁଛି। ପରିବେଶବିତଙ୍କ ମତରେ, ସମୁଦ୍ର କୂଳ ନିର୍ମଳ ରହିବା ଯୋଗୁଁ ଏଭଳି ଜୈବ ବିବିଧତା ଦେଖିବାକୁ ମିଳୁଛି।


