ହୋଟେଲରୁ ସଫ୍ଟୱେର ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ମା’ ,ବାନ୍ଧବୀ ଫେରାର I

👇समाचार सुनने के लिए यहां क्लिक करें

ଭୁବନେଶ୍ୱର: ଏୟାରଫିଲ୍ଡ ଥାନା ପୋଖରୀପୁଟରେ ଥିବା ଏକ ଓୟୋ ହୋଟେଲରୁ ଯୁବକଙ୍କ ମୃତଦେହ ଠାବ କରିଛି ପୁଲିସ । ମୃତ ଯୁବକ ହେଲେ ପୁରୁଣା ଭୁବନେଶ୍ୱର ଅଞ୍ଚଳର ବୁବୁନା ପ୍ରଧାନ । ୬ମାସ ହେଲା ଲିଭ୍‌ ଇନ୍‌ ରେ ଯବୁକ ଯୁବତୀ ଜଣଙ୍କ ରହୁଥିଲେ । ଗତକାଲି ବିଳମ୍ବିତ ରାତିରେ ପ୍ରେମିକାଙ୍କ ଆଗରେ ଚାଲିଯାଇଥିଲା ପ୍ରେମିକର ଜୀବନ । ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା ପୁଲିସ । ଏହି ସମୟରେ ପ୍ରେମିକା ଜଣଙ୍କ ଫେରାର ହୋଇଥିଲେ । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ପୁଲିସ ତଦନ୍ତ କରୁଛି ।

ବୁବୁନା ଜଣେ ସଫ୍ଟୱେର ଇଞ୍ଜିନିୟର ଏବଂ ସେ ବାଙ୍ଗାଲୁରୁରେ ରହୁଥିଲେ ବୋଲି ଜଣାପଡିଛି । ତାଙ୍କ ମା କହିଛନ୍ତି ଯେ ଜଣେ ଯୁବତୀ ତାଙ୍କ ପୁଅକୁ ଡକାଇଥିଲେ ଏବଂ ତାଙ୍କୁ ହତ୍ୟା କରାଯାଇଛି । ନଚେତ ମୃତ୍ୟୁ ପାଇଁ ବାଧ୍ୟ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ବୁବୁନାଙ୍କ ମା । ପୁଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଜୋରଦାର କରିଛି ।

Sidha Sambad
Author: Sidha Sambad

Leave a Comment

और पढ़ें