କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ବାରିଣୀପୁଟ ଅଞ୍ଚଳରେ ଏହି ପୁରାତନ କେନାଲ ବ୍ରିଜ୍‌ ଧସିବା ଫଳରେ ସ୍ଥାନୀୟ ଲୋକଙ୍କ ଜୀବନଯାତ୍ରା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି।

👇समाचार सुनने के लिए यहां क्लिक करें

କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଳସେଚନ ବିଭାଗର ଏକ ବହୁ ପୁରାତନ କେନାଲ ବ୍ରିଜ୍‌ ହଠାତ୍‌ ଧସିଯିବା ଫଳରେ ବାରିଣୀପୁଟ ପଞ୍ଚାୟତର ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି।ବାରିଣୀପୁଟ ପଞ୍ଚାୟତ, ଜୟପୁର, କୋରାପୁଟ।ବ୍ରିଜ୍‌ଟି ସମ୍ପୂର୍ଣ୍ଣ ଧସିଯାଇଥିବାରୁ ଯାନବାହନ ଚଳାଚଳ ବନ୍ଦ ରହିଛି। ଅନେକ ଗ୍ରାମବାସୀ ଏବେ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଅଧିକ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ବ୍ରିଜ୍‌ର ଦୁଇ ପାର୍ଶ୍ୱକୁ ସିଲ୍‌ କରାଯାଇଛି ଏବଂ ସ୍ଥିତି ଅନୁଧ୍ୟାନ କରାଯାଉଛି। ବ୍ରିଜ୍‌ଟି ଅତ୍ୟନ୍ତ ପୁରାତନ ହୋଇଥିବାରୁ ଏବଂ ରକ୍ଷଣାବେକ୍ଷଣ ଅଭାବରୁ ଏହା ଧସିଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି

Sidha Sambad
Author: Sidha Sambad

Leave a Comment

और पढ़ें