୭ମ ରାଜ୍ୟସ୍ତରୀୟ ମହେନ୍ଦ୍ର ସ୍ବାଇଁ ମେମୋରିଆଲ କପ ଫୁଟବଲ ଟୁନାମେଣ୍ଟ ଉଦଘାଟିତ,କଟକ ବିଡାନାସୀ ବିଜୟୀ

👇समाचार सुनने के लिए यहां क्लिक करें

ଖଣ୍ଡପଡ଼ା ୨୨।୨ (ସିଧା ସମ୍ବାଦ) ଖଣ୍ଡପଡା ସହରର ମଧୁବନ ମିନି ଷ୍ଟାଡିୟମ ପରିସରରେ ଖଣ୍ଡପଡ଼ା ସ୍ପୋର୍ଟସ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ୭ମ ରାଜ୍ୟସ୍ତରୀୟ ମହେନ୍ଦ୍ର ସ୍ବାଇଁ ମେମୋରିଆଲ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଅପରାହ୍ନରେ ଉଦଘାଟିତ ହୋଇଯାଇଛି।ଖଣ୍ଡପଡା ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ବାଇଁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ରୁପେ ଏସଡିପିଓ ମଦନମୋହନ ପ୍ରଧାନ,ବିଡିଓ ଅଙ୍କୁର ଅଭିଳାଷ, ଖଣ୍ଡପଡ଼ା ବ୍ଲକ ସାସଂଦ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିଆର ସିଂ ପ୍ରମୁଖ ଯୋଗଦେଇ ଉଭୟ ଦଳର ଖେଳାଳୀ ଓ ଆୟୋଜକମାନଙ୍କୁ ଉତ୍ସାହିତ କରିଥିଲେ।ଉଦଘାଟନୀ ମ୍ୟାଚରେ ବିଡାନାସି କ୍ଲବ କଟକ, ଭଞ୍ଜନଗର ଫୁଟବଲ କ୍ଲବକୁ ୧-୦ ଗୋଲରେ ପରାସ୍ତ କରି ବିଜୟୀ ହୋଇଥିବା ଜଣାଯାଇଛି।ମୁଖ୍ଯ ରେଫରୀ ଭାବେ ବରିଷ୍ଠ କ୍ରୀଡାବିତ ବିଜୟ କୁମାର ମଙ୍ଗରାଜ ମ୍ୟାଚକୁ ପରିଚାଳନା କରିଥିବା ବେଳେ ତାଙ୍କୁ ଲାଇନରେ ସହାୟତା କରିଥିଲେ ସରୋଜ କୁମାର ମହାରଣା ଓ ପ୍ରସନ୍ନ ନାୟକ।ଚତୁର୍ଥ ରେଫରୀ ଭାବେ ସୁବାସ ବେହେରା ଦାୟୀତ୍ବ ତୁଲାଇଥିଲେ।ଲୋକପ୍ରିୟ ଦିବଂଗତ ଜନନେତା ମହେନ୍ଦ୍ର ସ୍ବାଇଁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗତ ୬ ବର୍ଷ ଧରି ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଉଥିବା ବେଳେ ଆସନ୍ତାକାଲି ସୋମବାର ବଜରଙ୍ଗୀ କ୍ଲବ ଘାଟିକିଆ ଓ ପପୁଲାର କ୍ଲବ ଢେଙ୍କାନାଳ ମଧ୍ଯରେ ୨ୟ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଟୁର୍ଣ୍ଣାମେଣ୍ଟର ଆୟୋଜକଙ୍କ ସୁତ୍ରରୁ ଜଣାପଡିଛି।

Sidha Sambad
Author: Sidha Sambad

Leave a Comment

और पढ़ें