ବୋଲଗଡ଼ ତା ୨୬/୨) ବୋଲଗଡ଼ ବ୍ଲକ ସାନପଦର ପଞ୍ଚାୟତ ଅନ୍ତର୍ଗତ ରସୋଳ ଗ୍ରାମରେ ପି ଡି ଏସ ଚାଉଳ ସୁ-ବଣ୍ଟନ ନିମନ୍ତେ ରସୋଳ ଗ୍ରାମବାସୀମାନେ ଗୁରୁବାରଦିନ ବୋଲଗଡ଼ ବିଡ଼ିଓ ସୁମନ ସୁଧା କୁଣ୍ଡୁଙ୍କୁ ଲିଖିତ ଅଭିଯୋଗ କରିଅଛନ୍ତି !
ଶ୍ରୀଯୁକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ, ବୋଲଗଡ଼
ବିଷୟ- P.D.S ସାମଗ୍ରୀ ରାସୋଳ ଗ୍ରାମରେ ବଣ୍ଟନ ନିମନ୍ତେ । ସାନପଦର ଗ୍ରାମପଞ୍ଚାୟତର ରାସୋଳ
ଗ୍ରାମବାସୀ ବୃନ୍ଦ ତଥା ୱାର୍ଡ ନଂମ୍ବର ୧ ଓ ୨ର ଜନସାଧାରଣମାନେ P.D,S ସାମଗ୍ରୀ ଆଣିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଅଛୁ । ଉକ୍ତ ଅସୁବିଧାଗୁଡ଼ିକ ଯଥା ଗ୍ରାମଠାରୁ P.D.S ସେବା କେନ୍ଦ୍ରର ଦୂରତା କି.୩.୫ମି. ହୋଇଥିବାବେଳେ ଅସହାୟ କିମ୍ବା ନିସହାୟ ବୃଦ୍ଧ ଓ ବୃଦ୍ଧାମାନେ ଗୁଲିକରି ଯାଉଅଛନ୍ତି । ତେବେ ଚାଉଳର ମୂଲ୍ୟ ମାଗଣା ଥିଲେ ମଧ୍ୟ ତାହା ଆଣିବା ପାଇଁ ଅଟୋ ଖର୍ଚ୍ଚ ବାବଦକୁ ୩୫୦ଟଙ୍କା ଦେବାକୁ ପଡ଼ୁଅଛି । ଘରଠାରୁ ଦୂରତା ସତ୍ତ୍ବେ ମଧ୍ୟ ଘରର ମହିଳାମାନେ ପଦାକୁ ଯିବାପାଇଁ ବାଧ୍ୟ ହେଉଛନ୍ତି ! ଗରିବମାନେ ନିଜର ମଜୁରୀକୁ ବନ୍ଦ କରି ଗୋଟିଏ ଦିନ ପଡ଼ିଆ ହୋଇ ଘଣ୍ଟା ଘଣ୍ଟା ଧାଡିରେ ଛିଡ଼ାହୋଇ ରହୁଅଛନ୍ତି ।
ପ୍ରାକୃତିକ ଦୁର୍ବିପାକର ସାମ୍ନା କରିବାକୁ ମଧ୍ୟ ପଡ଼ୁଅଛି ।ଏହି ସମସ୍ୟାର ସମାଧାନ ତଥା ଗରିବମାନଙ୍କ ମନରେ ହସ ଫୁଟାଇବା ପାଇଁ P.D.S ସାମଗ୍ରୀକୁ ରାସୋଳଗ୍ରାମରେ ବଣ୍ଟନ କରାଯିବା ପାଇଁ ଗ୍ରାମବାସୀମାନେ ଶୀଘ୍ର ଏହାର ସମାଧାନ କରିବା ପାଇଁ ଅନୁରୋଧ କରିଥିଲେ!ବୋଲଗଡ଼ ବିଡ଼ିଓ ସୁମନ ସୁଧା କୁଣ୍ଡୁ ରସୋଳ ଗ୍ରାମବାସୀମାନଙ୍କ ଲିଖିତ ଅଭିଯୋଗକୁ ଗ୍ରହଣ କରି ଅଭିଯୋଗର ତଦନ୍ତ କରି ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ !



