ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଦ୍ୱିତୀୟ ପର୍ଯ୍ୟାୟ ବିମାନ ଚଳାଚଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

👇समाचार सुनने के लिए यहां क्लिक करें

ଭୁବନେଶ୍ୱର, ୧୨.୦୩.୨୦୨୬: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର (BPI Airport) ଠାରେ ‘ଏଭିଏସନ୍ ଟ୍ରେନିଂ ବେସିକ୍ କୋର୍ସ’ର ଦ୍ୱିତୀୟ ବ୍ୟାଚ୍ ପ୍ରଶିକ୍ଷାର୍ଥୀଙ୍କ ପାଇଁ ପ୍ରାୟୋଗିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରହିଛି। ପ୍ରଶିକ୍ଷଣ କାର୍ଯ୍ୟସୂଚୀ ଅନୁଯାୟୀ, ଅଂଶଗ୍ରହଣକାରୀମାନଙ୍କୁ ବିମାନବନ୍ଦରର କାର୍ଯ୍ୟଧାରା ଏବଂ ବୈଷୟିକ ପରିଚାଳନା ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ ପାଇଁ ଏହି ପ୍ରାୟୋଗିକ ଶିକ୍ଷା ପ୍ରଦାନ କରାଯାଉଛି।

ପ୍ରଥମ ପର୍ଯ୍ୟାୟ ଭଳି ଏହି ୧୫ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମୁଖ୍ୟତଃ ରାଜ୍ୟର ବିଭିନ୍ନ ବିମାନବନ୍ଦରରେ ନିୟୋଜିତ ସୁରକ୍ଷା କର୍ମୀଙ୍କ ପାଇଁ ଉଦ୍ଦିଷ୍ଟ। ବାଣିଜ୍ୟ ଓ ପରିବହନ ବିଭାଗ, ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟିର ଆଞ୍ଚଳିକ ନିର୍ଦ୍ଦେଶକ (RDBCAS) ଏବଂ ଗୃହ ବିଭାଗର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏଥିରେ ଓଡ଼ିଶାର ଚାରୋଟି ଯାକ ବିମାନବନ୍ଦରର ସୁରକ୍ଷା କର୍ମୀମାନେ ଅଂଶଗ୍ରହଣ କରିଛନ୍ତି।

ଏହି ପ୍ରଶିକ୍ଷଣ ସମୟରେ ସମ୍ପୃକ୍ତ ବିଭାଗର ବରିଷ୍ଠ ପଦାଧିକାରୀ ଓ ପ୍ରଶିକ୍ଷକମାନେ ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀମାନଙ୍କୁ ମାର୍ଗଦର୍ଶନ କରିବା ସହ ବିମାନବନ୍ଦରର ସୁରକ୍ଷା ଏବଂ ପରିଚାଳନା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଶିକ୍ଷା ପ୍ରଦାନ କରୁଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें