ସ୍କୁଲ ପିଲାଙ୍କ ପାଇଁ ବଡ଼ ଖବର: ଆସନ୍ତା ବର୍ଷରୁ ଶାରୀରିକ ଶିକ୍ଷା I

👇समाचार सुनने के लिए यहां क्लिक करें

“ସିଧା ସମ୍ବାଦ” ଡିଜିଟାଲ୍ କ୍ଲାସରୁମ୍‌ରେ ଇ-କଣ୍ଟେଣ୍ଟ ଦ୍ୱାରା ଶିକ୍ଷା ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ସେହିଭଳି ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ଯାଏଁ ସୁସ୍ଥ ରହିବା ଓ ଶାରୀରିକ ଶିକ୍ଷା ଦିଆଯିବ ।

ସୂଚନା ଥାଉକି, ସୁରୁଖୁରୁରେ ଚାଲିଛି ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ । ଗୃହରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଶୃଙ୍ଖଳାର ସହ ଚାଲିଛି । ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପ୍ରସଙ୍ଗରେ ଚାଲିଛି ଆଲୋଚନା । ଉତ୍ତର ରଖୁଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେପଟେ ଆସନ୍ତା ଶିକ୍ଷା ବର୍ଷରୁ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା । ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରିରୀକ ଶିକ୍ଷା । ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ଶିକ୍ଷା ଦିଆଯିବ । ଡିଜିଟାଲ୍ କ୍ଲାସରୁମରେ ଇ – କଣ୍ଟେଣ୍ଟ୍ ଦ୍ବାରା ଶିକ୍ଷାଦାନ ଦିଆଯିବ ।

  • ଆସନ୍ତା ଶିକ୍ଷା ବର୍ଷରୁ ଲାଗୁ ହେବ ନୂଆ ନିୟମ

ନୂଆ ଶିକ୍ଷା ବର୍ଷରୁ ଲାଗୁ: ୨୦୨୬-୨୭ ଶିକ୍ଷା ବର୍ଷରୁ ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ଶାରୀରିକ ଶିକ୍ଷା (Physical Education) ବାଧ୍ୟତାମୂଳକ କରାଯିବ।

  • ଲାଭାନ୍ୱିତ ହେବେ ତୃତୀୟରୁ ଅଷ୍ଟମ ଶ୍ରେଣୀ: ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ସ୍ତରର (Class 3 to 8) ପିଲାମାନଙ୍କୁ ଏହି ଶିକ୍ଷା ଦିଆଯିବ।

  • ଜାତୀୟ ଶିକ୍ଷା ନୀତି (NEP 2020): ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷା ନୀତି ଅନୁଯାୟୀ ପିଲାଙ୍କ ଶାରୀରିକ ଓ ମାନସିକ ବିକାଶ ପାଇଁ ଏହି ପଦକ୍ଷେପ ନିଆଯାଇଛି।

  • ଡିଜିଟାଲ୍ ମାଧ୍ୟମରେ ଶିକ୍ଷାଦାନ: ଏବେ ଡିଜିଟାଲ୍ କ୍ଲାସରୁମ୍‌ରେ ଇ-କଣ୍ଟେଣ୍ଟ (e-Content) ଜରିଆରେ ମଧ୍ୟ ପିଲାଙ୍କୁ ଶାରୀରିକ ସୁସ୍ଥତା ବିଷୟରେ ପାଠ ପଢ଼ାଯିବ।

Sidha Sambad
Author: Sidha Sambad

Leave a Comment

और पढ़ें