ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଇଟାମାଟି ଠାରେ “ଘର ହିଁ ବିଦ୍ୟାଳୟ ପ୍ରକଳ୍ପ” ପ୍ରଥମ ପର୍ଯ୍ୟାୟ ର ଚତୁର୍ଥ ସୋପାନ ଅନୁଷ୍ଠିତ

👇समाचार सुनने के लिए यहां क्लिक करें

୧୪.୦୩.୨୬ ରିଖ ଶନିବାର ଦିନ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଇଟାମାଟି ଠାରେ “ଘର ହିଁ ବିଦ୍ୟାଳୟ ପ୍ରକଳ୍ପ” ପ୍ରଥମ ପର୍ଯ୍ୟାୟ ର ଚତୁର୍ଥ ସୋପାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପୂର୍ବ ସଂଭାଗ ଶିଶୁବାଟିକା ଶୈକ୍ଷିକ ସଂଯୋଜକ ମାନନୀୟ ଶ୍ରୀଯୁକ୍ତ ପବିତ୍ର କୁମାର ପଣ୍ଡାଙ୍କର କର କମଳରେ ଦୀପ ପ୍ରଜ୍ଵଳନ କରି ଉଦ୍ଘାଟନ କରାଯାଇଥିଲା । ବନ୍ଦନା ପରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରକାଶ ଜୀବନ ପାଳ ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ କରିଥିଲେ। ପରିଚାଳନା ସମିତିର ସମ୍ପାଦକ ଡ. ରଙ୍ଗନାଥ ବେହେରା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।ଶିଶୁ ଭାଇଭଉଣୀ ମାନଙ୍କ ଦ୍ଵାରା ସାମୂହିକ କଣ୍ଠ ସଙ୍ଗୀତ ଓ ସାମୂହିକ ନୃତ୍ୟ ପରିବେଷଣ କରାଯାଇଥିଲା ।
ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପବିତ୍ର କୁମାର ପଣ୍ଡା ମହୋଦୟ ଶିଶୁ ମାନଙ୍କୁ ଔପଚାରିକ ଓ ଅନୌପଚାରିକ / ଷୋଡ଼ଶ ସଂସ୍କାର ବିଷୟରେ ଅଭିଭାବକ ମାନଙ୍କୁ ବିସ୍ତୃତ ରୂପେ ବୁଝାଇଥିଲେ । ପ୍ରୟୋଗିକରେ ଭାଇଭଉଣୀଙ୍କୁ ନେଇ ଜନ୍ମୋତ୍ସବ ପାଳନ କରାଯିବା ସହିତ ଶିଶୁଙ୍କ ଦ୍ଵାରା ବାଲନାଟ୍ୟ ଗଣେଶଙ୍କ ଚତୁରତା କରାଯାଥିଲା ,ପ୍ରଶ୍ନମଞ୍ଚ, ଗୃହକାର୍ଯ୍ୟ ଦିଆଯାଇଥିଲା। ବିଦ୍ୟାଳୟର ଶିଶୁବାଟିକା ପ୍ରମୁଖ ଟୁନି ଦେଇ ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ। କଲ୍ୟାଣ ମନ୍ତ୍ର ପରେ ସମସ୍ତ ଅଭିଭାବିକା ପ୍ରଦର୍ଶନୀରେ (ଗୃହ ଉପଯୋଗୀ ଉପକରଣ )ବୁଲି ଦେଖିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଶିଶୁବଟିକା ପ୍ରମୁଖା ଟୁନି ଦେଇଙ୍କ ତତ୍ୱବଧାନରେ ପ୍ରାତଃ ପର୍ଯ୍ୟାୟର ସମସ୍ତ ଗୁରୁଜୀ /ଗୁରୁମା ଓ ସେବକ ସେବିକା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୮୦ଜଣ ଅଭିଭାବକ / ଅଭିଭାବିକା ଓ ଶିଶୁ ଭାଇଭଉଣୀ ଉପସ୍ଥିତ ଥିଲେ ।

Sidha Sambad
Author: Sidha Sambad

Leave a Comment

और पढ़ें