ବେଙ୍ଗାଲୁରୁ ହୋଟେଲରେ ଡେରା ପକାଇଛନ୍ତି ଘୋଡ଼ା ବେପାରୀ; ୫ କୋଟିର ଅଫର୍, ୨ ଅଟକ!

👇समाचार सुनने के लिए यहां क्लिक करें

ରାଜ୍ୟସଭା ନିର୍ବାଚନ ପୂର୍ବରୁ ବେଙ୍ଗାଲୁରୁରେ ହଇଚଇ। ଓଡ଼ିଶାର କଂଗ୍ରେସ ବିଧାୟକଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ୨ ଜଣଙ୍କୁ ଅଟକ ରଖିଛି କର୍ଣ୍ଣାଟକ ପୋଲିସ। ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟ ଏହି ୪ ଜଣଙ୍କୁ ପଠାଇଥିବା ନେଇ ସାଂସଦ ସପ୍ତଗିରି ଉଲାକା ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏସବୁ ଭିତରେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ବୟାନ ପରେ ଓଡ଼ିଶା ରାଜନୀତି ଏବେ ସରଗରମ।

ବେଙ୍ଗାଲୁରୁରେ ଓଡ଼ିଶାର କଂଗ୍ରେସ ବିଧାୟକଙ୍କୁ ପ୍ରଭାବିତ ଉଦ୍ୟମ ଘଟଣାରେ ଓଡ଼ିଶାରୁ ଯାଇଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ଅଟକ ରଖାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଶିବକୁମାର। ରାଜ୍ୟସଭା ଭୋଟ୍ ପାଇଁ ୫ କୋଟି ଟଙ୍କା ପ୍ରସ୍ତାବ ଦେବା କଥା ସ୍ଵୀକାର କରିଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ପଳାଇଯାଇଥିବାବେଳେ ଅନ୍ୟ ଦୁଇ ଜଣଙ୍କୁ ଧରାଯାଇଛି। 

ସୂଚନା ଅନୁଯାୟୀ ଆଜି ଘୋଡା ବେପାର ନେଇ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଥିଲା।  କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଏଭଳି ଅଭିଯୋଗ ଆଣିଥିଲେ ।  କଂଗ୍ରେସ ବିଧାୟକ ମାନଙ୍କୁ ପ୍ରଲୋଭିତ କରିବାକୁ ଉଦ୍ୟମ ଜାରି ରହିଛି। ବେଙ୍ଗାଲୁର ସ୍ଥିତ ହୋଟେଲରେ ଥିବା ବିଧାୟକ ମାନଙ୍କୁ ବ୍ଲାଙ୍କ୍ ଚେକ୍ ଦିଆଯିବା ସହ ୫ କୋଟି ଟଙ୍କା ଅଫର କରାଯାଉଛି। ଓଡିଶାରୁ ୪ ଜଣ ଲୋକ ଆସିଛନ୍ତି। ସେମାନଙ୍କୁ ଦିଲ୍ଲୀପ ରାୟ ପଠାଇଛନ୍ତି। ଏଠି ଆମର ୮ ଭୋଟ୍ ଓ ଭୁବନେଶ୍ଵରରେ ଆଉ ୬ ଭୋଟ୍ ସୁରକ୍ଷିତ ଅଛି। ମୋବାଇଲ୍ କଲ୍ ଡିଟେଲ୍‌ସ ମଧ୍ୟ ସେ ଦେଖାଇଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें