ମହିଳାଙ୍କୁ ଫାୟାରିଂ, ବୌଦ୍ଧରେ ବାହାଘର ଭୋଜିରେ ଶଳାକୁ ଗୁଳି କଲା ଭିଣୋଇ!

👇समाचार सुनने के लिए यहां क्लिक करें

ଝାରସୁଗୁଡ଼ା ଘଟଣାସ୍ଥଳରୁ ପୋଲିସ୍ ତଦନ୍ତର ଭିଜୁଆଲ୍, ବୁର୍ଲା ମେଡିକାଲରେ ଆହତଙ୍କ ଚିକିତ୍ସା, ବୌଦ୍ଧରେ ଖୁଣ୍ଟରେ ବନ୍ଧା ହୋଇଥିବା ,ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଏବେ ବିପର୍ଯ୍ୟସ୍ତ। ଗୋଟିଏ ପଟେ ରାଜଧାନୀରେ ରାଜନୈତିକ ହିଂସା ଥମିବାର ନାଁ ନେଉନଥିବା ବେଳେ, ଅନ୍ୟପଟେ ଝାରସୁଗୁଡ଼ା ଏବଂ ବୌଦ୍ଧରୁ ଆସିଛି ଦୁଇଟି ଚାଞ୍ଚଲ୍ୟକର ଗୁଳିକାଣ୍ଡ ଖବର। ଝାରସୁଗୁଡ଼ାରେ ଜଣେ ମହିଳାଙ୍କ ଉପରକୁ ଗୁଳିମାଡ଼ ହୋଇଥିବା ବେଳେ ବୌଦ୍ଧରେ ବାହାଘର ଭୋଜିରେ ରକ୍ତପାତ ଘଟିଛି। ପ୍ରଥମେ ନଜର ପକାଇବା ଝାରସୁଗୁଡ଼ା ଖବର ଉପରେ। ଝାରସୁଗୁଡ଼ା ସହରର ସରବାହଲ ଅଞ୍ଚଳରେ ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରେ ଘଟିଛି ଏହି ଅଘଟଣ। ଜଣେ ମହିଳା ନିଜ ଘର ବାରଣ୍ଡାରେ ଠିଆ ହୋଇଥିବା ବେଳେ ବାଇକରେ ଆସି ଜଣେ ଦୁବୃର୍ତ୍ତ ତାଙ୍କ ଉପରକୁ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ଗୁଳିଟି ମହିଳାଙ୍କ ଦେହରେ ବାଜିଥିଲା।ଆହତ ମହିଳାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲ ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଝାରସୁଗୁଡ଼ା ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମାତ୍ର କାହିଁକି ଏହି ଗୁଳିମାଡ଼ ହେଲା, ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।ଏବେ ନଜର ପକାଇବା ବୌଦ୍ଧରୁ ଆସିଥିବା ଦ୍ୱିତୀୟ ଚାଞ୍ଚଲ୍ୟକର ଖବର ଉପରେ। ବୌଦ୍ଧ ଜିଲ୍ଲା ବଘିଆପଡ଼ା ଫାଣ୍ଡି ଚାରିଆପାଲି ଗାଁରେ ଏକ ବାହାଘର ଭୋଜି ଚାଲିଥିବା ବେଳେ ଘଟିଛି ରକ୍ତପାତ। ନିଶା ସେବନ କରି ଶଳାକୁ ଗୁଳି କରିଛି ଭିଣୋଇ। ସୂଚନାଯୋଗ୍ୟ ଯେ, ଗାଁରେ ବାହାଘର ଭୋଜି ଚାଲିଥିବା ବେଳେ ଭିଣୋଇ ଏକାଦଶୀ ମଲ୍ଲିକ ପ୍ରଚୁର ନିଶା ସେବନ କରିଥିଲା। କୌଣସି କାରଣକୁ ନେଇ ଶଳା ମିଥୁନ ମଲ୍ଲିକଙ୍କ ସହ ତାର ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଏକାଦଶୀ ଏକ ଦେଶୀ ବନ୍ଧୁକ ବାହାର କରି ମିଥୁନଙ୍କ ଉପରକୁ ଗୁଳିମାଡ଼ କରିଥିଲା। ଗୁଳିଟି ମିଥୁନଙ୍କ କାନ୍ଧରେ ବାଜିବାରୁ ସେ ରକ୍ତାକ୍ତ ଅବସ୍ଥାରେ ଟଳି ପଡ଼ିଥିଲେ। ତାଙ୍କୁ ତୁରନ୍ତ ବୌଦ୍ଧ ହସ୍ପିଟାଲ ଓ ପରେ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ, ଉତ୍ତ୍ୟକ୍ତ ଗ୍ରାମବାସୀ ଅଭିଯୁକ୍ତ ଭିଣୋଇକୁ କାବୁ କରି ଏକ ଖୁଣ୍ଟରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ତଦନ୍ତ କରୁଛି। ପ୍ରତାପ ଜେନାଙ୍କ ଘର ଆଗରେ ହଙ୍ଗାମା ପରେ ଏବେ ଏହି ଦୁଇଟି ଗୁଳିକାଣ୍ଡ ଘଟଣା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାଧାରଣ ଲୋକଙ୍କ ସୁରକ୍ଷା ଏବେ କେଉଁଠି, ତାହା ଏକ ବଡ଼ ଚିନ୍ତାର ବିଷୟ। ପୋଲିସ ଏହି ଘଟଣାଗୁଡ଼ିକରେ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହା ଦେଖିବାକୁ ବାକି ରହିଲା।

Sidha Sambad
Author: Sidha Sambad

Leave a Comment

और पढ़ें