ସୋରରେ ପୋଲିସର ବଡ଼ ଧରଣର ଚଢ଼ାଉ: କୁଖ୍ୟାତ ଗୋ-ମାଫିଆ ଇସ୍ରାଇଲ ମଙ୍ଗଲା ଘରେ ପୋଲିସର ତନାଘନା

👇समाचार सुनने के लिए यहां क्लिक करें

ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ପୋଲିସ ଏକ ବଡ଼ ଧରଣର ଅପରେସନ ଆରମ୍ଭ କରିଛି। ସୋର ବାରିକପୁର ଅଞ୍ଚଳର କୁଖ୍ୟାତ ଗୋ-ମାଫିଆ ଇସ୍ରାଇଲ ମଙ୍ଗଲା ଘରେ ବାଲେଶ୍ୱର ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିବା ଏହି ରେଡ୍‌ ଏବେ ମଧ୍ୟ ଜାରି ରହିଥିବା ସୂଚନା ମିଳିଛି।

ଖବର ଅନୁଯାୟୀ, ଏହି ଚଢ଼ାଉରେ ପୋଲିସର ପ୍ରାୟ ୭ଟି ସ୍ୱତନ୍ତ୍ର ଟିମ୍ ସାମିଲ ହୋଇଛନ୍ତି। ପୋଲିସ ସହିତ ସ୍ଥାନୀୟ ମାଜିଷ୍ଟ୍ରେଟ ମଧ୍ୟ ଏହି ଅପରେସନରେ ଉପସ୍ଥିତ ଅଛନ୍ତି। ଗୋ-ଚାଲାଣ ଓ ବ୍ୟବସାୟ ସହ ଜଡ଼ିତ ବିଭିନ୍ନ ବେଆଇନ କାର୍ଯ୍ୟକଳାପ ନେଇ ପୋଲିସ ପାଖରେ ଖବର ଥିଲା, ଯାହା ପରେ ଏହି ସଜବାଜ କରି ଚଢ଼ାଉ କରାଯାଇଛି।

କୁଖ୍ୟାତ ଗୋ-ମାଫିଆ ଇସ୍ରାଇଲ ମଙ୍ଗଲାର ଘରକୁ ପୋଲିସ ଚାରିପଟୁ ଘେରି ରଖିଛି। ଘର ଭିତରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ସମ୍ପତ୍ତିର ଯାଞ୍ଚ କରାଯାଉଛି। ବାଲେଶ୍ୱର ପୋଲିସର ଏହି ଆକସ୍ମିକ ଚଢ଼ାଉ ଯୋଗୁଁ ସ୍ଥାନୀୟ ଅଞ୍ଚଳର ଗୋ-ମାଫିଆଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି।

ପୋଲିସର ଏହି ତନାଘନା ପରେ ଗୋ-ଚାଲାଣ ରାକେଟର କିଛି ବଡ଼ ରହସ୍ୟ ଉନ୍ମୋଚନ ହେବା ନେଇ ଆଶା କରାଯାଉଛି। ତେବେ ଏହି ରେଡ୍‌ ସମ୍ପର୍କରେ ପୋଲିସ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ଆଧିକାରିକ ସୂଚନା ଦିଆଯାଇ ନାହିଁ। ଅପରେସନ ଶେଷ ହେବା ପରେ କ’ଣ ସବୁ ଜବତ ହୋଇଛି ଏବଂ କାହାକୁ ଗିରଫ କରାଯାଇଛି, ସେ ନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।

Sidha Sambad
Author: Sidha Sambad

Leave a Comment

और पढ़ें