ମୁମ୍ବାଇ (ସିଧା ସମ୍ବାଦ): ଭାରତୀୟ ସଙ୍ଗୀତ ଜଗତରେ ଏକ ଯୁଗର ଅନ୍ତ ଘଟିଛି। ସୁମଧୁର କଣ୍ଠସ୍ୱରରେ ଦୀର୍ଘ ୭ ଦଶନ୍ଧି ଧରି କୋଟି କୋଟି ଶ୍ରୋତାଙ୍କୁ ବାନ୍ଧି ରଖିଥିବା କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ତାଙ୍କ ପୁଅ ଆନନ୍ଦ ଭୋସଲେ ଏହି ଦୁଃଖଦ ସୂଚନା ଦେଇଛନ୍ତି।
ଗତକାଲି ଛାତିରେ ସଂକ୍ରମଣ ଯୋଗୁଁ ତାଙ୍କୁ ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପ୍ରଶଂସକମାନେ ଚିନ୍ତିତ ଥିବାବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆସନ୍ତାକାଲି ଅପରାହ୍ନ ୪ଟାରେ ଶିବାଜୀ ପାର୍କଠାରେ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯିବ।
-
: ୧୯୪୮ ମସିହାରେ ‘ସାୱନ୍ ଆୟା’ ଗୀତ ସହିତ ସେ ନିଜର ସଙ୍ଗୀତ ଯାତ୍ରା ଆରମ୍ଭ କରିଥିଲେ।
-
: ସେ ନିଜ ଜୀବନକାଳ ମଧ୍ୟରେ ପ୍ରାୟ ୧୬ ହଜାରରୁ ଅଧିକ ଗୀତ ଗାଇ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଛନ୍ତି।
-
ହିନ୍ଦୀ ବ୍ୟତୀତ ମରାଠୀ, ବଙ୍ଗଳା, ତାମିଲ ଏବଂ ରୁଷିଆନ୍ ଭଳି ଅନେକ ବିଦେଶୀ ଭାଷାରେ ସେ ନିଜର କଣ୍ଠଦାନ କରିଛନ୍ତି।
ଆଶା ଭୋସଲେଙ୍କ ସୁମଧୁର ସ୍ୱର ବିନା ବଲିଉଡର ଚଳଚ୍ଚିତ୍ରଗୁଡ଼ିକ ଅଧୁରା ବୋଲି ମନେ କରାଯାଉଥିଲା। ଶାସ୍ତ୍ରୀୟ ସଙ୍ଗୀତଠାରୁ ଆରମ୍ଭ କରି ପପ୍ ଏବଂ ଗଜଲ୍ ପର୍ଯ୍ୟନ୍ତ ସବୁଥିରେ ସେ ନିଜର ସ୍ୱତନ୍ତ୍ର ଛାପ ଛାଡିଯାଇଛନ୍ତି। ତାଙ୍କର ବିୟୋଗରେ ଦେଶ ଏବଂ ବିଦେଶରେ ଥିବା ଲକ୍ଷ ଲକ୍ଷ ସଙ୍ଗୀତ ପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।



