ଆକାଶଛୁଆଁ ସୁନା ଦର: ସାଧାରଣ ଲୋକଙ୍କ ପକେଟ୍‌କୁ ଝଟ୍‌କା! ଭୁବନେଶ୍ୱରରୁ ଦିଲ୍ଲୀ, ସବୁଠି ସୁନା ମହଙ୍ଗା

👇समाचार सुनने के लिए यहां क्लिक करें

ବିବାହ ଋତୁ ପୂର୍ବରୁ ସୁନା କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର। ଦେଶ ତଥା ରାଜ୍ୟରେ ସୁନା ଦରରେ ଏକ ବଡ଼ ଧରଣର ବୃଦ୍ଧି ଘଟିଛି। ଭୁବନେଶ୍ୱର ଠାରୁ ଆରମ୍ଭ କରି ଦିଲ୍ଲୀ-ମୁମ୍ବାଇ ପର୍ଯ୍ୟନ୍ତ ସବୁଠି ସୁନା ଦର ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢାଇ ଦେଇଛି।

 ଆଜି ଭାରତୀୟ ବଜାରରେ ସୁନା ଦର ଏକ ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି। ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୧,୪୨,୮୦୦ ଟଙ୍କା ରହିଥିବା ବେଳେ, ଶୁଦ୍ଧ ସୁନା ବା ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧,୫୫,୭୮୦ ଟଙ୍କାରେ ପହଞ୍ଚିଛି।

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଗତକାଲି ଅପେକ୍ଷା ଆଜି ଦର ଯଥେଷ୍ଟ ଅଧିକ ରହିଛି। ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ଦର ଏବେ ୧ ଲକ୍ଷ ୫୫ ହଜାର ଟଙ୍କା ଉପରେ କାରବାର କରୁଛି। କେବଳ ଓଡ଼ିଶା ନୁହେଁ, ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ, ଜାତୀୟ ରାଜଧାନୀ ଦିଲ୍ଲୀ, ଚେନ୍ନାଇ ଏବଂ କୋଲକାତାରେ ମଧ୍ୟ ସୁନା ଦର ସମାନ ଭାବେ ବୃଦ୍ଧି ପାଇଛି।

 ଆନ୍ତର୍ଜାତୀୟ ବଜାରରେ ପରିବର୍ତ୍ତନ ଯୋଗୁଁ ସୁନା ଦରରେ ଏଭଳି ଉଛାଳ ଆସୁଥିବା ବଜାର ବିଶେଷଜ୍ଞ ମାନେ ମତ ଦେଇଛନ୍ତି। ଯଦି ଆପଣ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ବଜାର ଦର ଉପରେ ନଜର ରଖି ନିଷ୍ପତ୍ତି ନିଅନ୍ତୁ।

Sidha Sambad
Author: Sidha Sambad

Leave a Comment

और पढ़ें