ନୀଳଗିରି ବନବିଭାଗ ଦ୍ୱାରା ହରିଣର ମୃତଦେହ ଉଦ୍ଧାର।

👇समाचार सुनने के लिए यहां क्लिक करें

ନୀଳଗିରିରେ ହରିଣର ମୃତଦେହ ଉଦ୍ଧାର; କୁକୁର କାମୁଡ଼ାରେ ମୃତ୍ୟୁ ସନ୍ଦେହ

ନୀଳଗିରି, ତା୭।୫(ସିଧାସମ୍ବାଦ);
ବୁଧବାର ସକାଳ ପ୍ରାୟ ୬.୩୦ସମୟରେ ନୀଳଗିରି ବନବିଭାଗ ଏକ ମୃତହରିଣ ଉଦ୍ଧାର କରିଥିବା ଜଣାଯାଇଛି। ସୂଚନା ମୁତାବକ ନୀଳଗିରି ବ୍ଲକ୍ ମାଟିଆଳି ପଞ୍ଚାୟତ ଗୋବିନ୍ଦପୁରା ଗ୍ରାମ ନିକଟରେ ଏକ ହରିଣକୁ କିଛି କୁକୁର ଗୋଡ଼ାଇ ଗୋଡ଼ାଇ କାମୁଡିବା ଦ୍ବାରା ହରିଣଟି ମରିଯାଇଥିଲା। ସ୍ଥାନୀୟଲୋକ ବନବିଭାଗକୁ ଖବରଦେବା ପରେ ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତହରିଣକୁ ଉଦ୍ଧାରକରି ନୀଳଗିରି ରେଞ୍ଜ କାର୍ଯ୍ୟାଳୟକୁ ଆଣିଥିଲେ। ତେବେ ମୃତହରିଣକୁ ପୋତିଦିଆଯାଇଥିବା ରେଞ୍ଜର ମନୱର୍ ଖାଁ କହିଥିବା ବେଳେ ହରିଣର ଓଜନ, ଲମ୍ବ, ଉଚ୍ଚତା ଏପରିକି ବୟସ ସମ୍ପର୍କରେ କୌଣସି ସଠିକ୍ ତଥ୍ୟ ଦେଇନଥିଲେ। ପ୍ରକୃତରେ ହରିଣଟି କଉଠୁ ଆସିଲା ? କୁକୁର କାମୁଡ଼ା ଦ୍ଵାରା ମୃତ୍ୟୁହୋଇଛି ନା ଶିକାରୀଙ୍କ ଦ୍ଵାରା ମୃତ୍ୟୁହୋଇଛି ତାର ସଠିକ୍ ତଥ୍ୟ ମିଳିପାରିନାହିଁ.।

Sidha Sambad
Author: Sidha Sambad

Leave a Comment

और पढ़ें