ବୋଲଗଡ଼:- ବସଷ୍ଟାଣ୍ଡ ଭିତରେ ଚା ଦୋକାନ ଦେଖିଥିବେ ଦର୍ଶକ ବନ୍ଧୁ ,କିନ୍ତୁ ଆମେ କହୁଛୁ ରାଜ ସୁନାଖଳା ବଷ୍ଟାଣ୍ଡ କଥା। ଯୋଉଠୀ ଚା ଦୋକାନ ପାଇଁ ବସଷ୍ଟାଣ୍ଡ ବନ୍ଦ ଅଥବା ଚା ଦୋକାନ ସାଜିଛି ବସଷ୍ଟାଣ୍ଡ ।ଖୋର୍ଦ୍ଧା – ନୟାଗଡ ଜିଲ୍ଲାର ବ୍ୟବସାୟିକ ପେଣ୍ଠ ସ୍ଥଳୀ କହିଲେ ସୁନାଖଳା କୁ ବୁଝାଏ ।୫୦-୬୦ ବର୍ଷର ପୁରୁଣା ରାଜ ସୁନାଖଳା ବସଷ୍ଟାଣ୍ଡ କୁ ଜଣେ ଅସାମାଜିକ ବ୍ୟକ୍ତି ନିଜ ଆତ୍ୟରରେ ରଖି ଚା ଦୋକାନ କରିଛନ୍ତି ।ସେହି ଚା ଦୋକାନ ଦ୍ଵାରା ବସଷ୍ଟାଣ୍ଡ ସମ୍ପୂର୍ଣ୍ଣ ଭାବରେ ଅବାଧ ଭାବେ ବନ୍ଦ ହୋଇ ପଡ଼ିଛି ।ଯାହାର ଅଭିଯୋଗ କଲେ ମଧ୍ୟ କୌଣସି ପ୍ରକାର ଭାବେ କାର୍ଯ୍ୟ ଅନୁଷ୍ଠାନ ନେଉ ନାହାନ୍ତି ବୋଲଗଡ଼ ତହସିଲଦାର ।
ବସଷ୍ଟାଣ୍ଡ ନ ପାଇ ଲୋକେ ଦୋକାନ ପିଣ୍ଡା ହେଉ ଅବା କେଉଁ ଛାଇ ତଳେ ଯାତ୍ରୀ ମାନେ ହନ୍ତସନ୍ତ୍ ହେଉଛନ୍ତି । ବୈଶାଖ ମାସରେ ରୋଉଦ୍ର ତାପ ପ୍ରବାହ ଯୋଗୁଁ ଯାତ୍ରୀ ମାନେ ବସଷ୍ଟାଣ୍ଡ କୁ ଆସି କିଛି ସମୟ ବିଶ୍ରାମ ନେବା ପରେ ନିଜ ଗନ୍ତବ୍ୟ ସ୍ଥଳକୁ ଯାଆନ୍ତି କିନ୍ତୁ ଏଠି ସମ୍ପୂର୍ଣ୍ଣ ବ୍ୟତିକ୍ରମ ।ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିବା ସ୍ଵତେ ବୋଲଗଡ଼ ତହସିଲଦାର ଓ ପ୍ରଶାସନକୁ କାହିଁକି କାର୍ଯ୍ୟ ଅନୁଷ୍ଠାନ ନେଉ ନାହାନ୍ତି ତାହା ବଡ ପ୍ରଶ୍ନ ସୃଷ୍ଟି ହୋଇଛି ?
ଚା ଦୋକାନୀ କୁ କିଏ ଦେଉଛି ବଳ ?
ତହସିଲଦାର କାହିଁକି ସାଜିଛନ୍ତି ନୀରବଦ୍ରଷ୍ଟା ?
ବସଷ୍ଟାଣ୍ଡ ସାଧାରଣ ଲୋକଙ୍କ ଅଧିକାରରେ କେମିତି ବ୍ୟକ୍ତିଗତ ଭାବେ ଚା ଦୋକାନ ହେଲା ।
ବସଷ୍ଟାଣ୍ଡ କେବେ ଉଚ୍ଛେଦ ହେବ ଚା ଦୋକାନ ?
ଚା ଦୋକାନୀ କିଏ ? କାହିଁକି ତହସିଲଦାରଙ୍କ ଦରଦ ଚା ଦୋକାନୀ ପ୍ରତି ମୋହୁଛ




