ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ବଡ ତ୍ରୁଟି ।

👇समाचार सुनने के लिए यहां क्लिक करें

ଭୁବନେଶ୍ୱର: ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ବିଭ୍ରାଟ ସାମ୍ନାକୁ ଆସିଛି। ଜାତୀୟ ଶିକ୍ଷା ନୀତି (NEP 2020) ଆଧାରରେ ପ୍ରସ୍ତୁତ ହୋଇଥିବା ନୂଆ ପାଠ୍ୟପୁସ୍ତକ ଏବେ ବିବାଦ ଘେରରେ। ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ବହିରେ ପ୍ରାୟ ୧୭ଶହରୁ ଅଧିକ ଭୁଲ୍ ଥିବା ଚିହ୍ନଟ ହୋଇଛି, ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞାନ, ସାମାଜିକ ବିଜ୍ଞାନ, କୌଶଳ ବୋଧ ଓ ଖେଳ ଶିକ୍ଷା ଭଳି ବହିଗୁଡ଼ିକରେ ବ୍ୟାପକ ତ୍ରୁଟି ଦେଖିବାକୁ ମିଳିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ସାମାଜିକ ବିଜ୍ଞାନ ବହିରେ ଓଡ଼ିଶା ବିଧାନସଭା ବଦଳରେ କର୍ଣ୍ଣାଟକ ବିଧାନସଭାର ଚିତ୍ର ସ୍ଥାନ ପାଇଛି। ଏହା ସହିତ ଭୌଗୋଳିକ ଓ ଐତିହାସିକ ତଥ୍ୟକୁ ମଧ୍ୟ ବିକୃତ କରାଯାଇଛି:

  • ନିୟମଗିରିକୁ ଝାଡ଼ଖଣ୍ଡର ‘ନିଗମଗିରି’ ବୋଲି ଲେଖାଯାଇଛି।

  • ଡଙ୍ଗରିଆ ଜନଜାତିଙ୍କୁ ‘ଡୋଙ୍ଗାରିଆ’ ଓ ଗଞ୍ଜାମ ଜିଲ୍ଲାକୁ ‘ବ୍ରହ୍ମପୁର’ ଜିଲ୍ଲା ବୋଲି ଦର୍ଶାଯାଇଛି।

  • ଅଷ୍ଟମ ଶ୍ରେଣୀ ବହିରେ ସର୍ବାଧିକ ୭୦୫ଟି ଭୁଲ୍ ରହିଛି।ଖେଳ ଶିକ୍ଷା ବହିରେ ‘ଜଟିଳ’ ଜାଗାରେ ‘କୁଟଳି’, ବିଜ୍ଞାନ ବହିରେ ‘ତାପନ’ ସ୍ଥାନରେ ‘ତାପୀଣ’ ଏବଂ କୃତି ପୁସ୍ତକରେ ପ୍ରସିଦ୍ଧ ଗାୟିକା ସୁନନ୍ଦା ପଟ୍ଟନାୟକଙ୍କ ନାମକୁ ‘ସନନ୍ଦା’ ବୋଲି ଭୁଲ ଭାବେ ଛପାଯାଇଛି। ଏହି ପ୍ରିଣ୍ଟିଂ ତ୍ରୁଟିକୁ ସ୍ୱୀକାର କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି ଯେ ସରକାର ଏହି ବିଷୟରେ ଅବଗତ ଅଛନ୍ତି ଏବଂ ଶିକ୍ଷକମାନଙ୍କୁ ଭୁଲ ଗୁଡ଼ିକ ସଂଶୋଧନ କରି ପିଲାଙ୍କୁ ପଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ହେଲେ ପ୍ରଶ୍ନ ଉଠୁଛି, ବହି ଛପା ହେବା ପୂର୍ବରୁ ସ୍କ୍ରୁଟିନି କାହିଁକି କରାଯାଇନଥିଲା? ଶିକ୍ଷକମାନେ କେତେଦୂର ଏହି ୧୭ଶହ ଭୁଲକୁ ସୁଧାରି ପିଲାଙ୍କୁ ଠିକ୍ ପାଠ ପଢ଼ାଇପାରିବେ?

Sidha Sambad
Author: Sidha Sambad

Leave a Comment

और पढ़ें