ବହୁବିବାହ କଲେ ଯିବ ଚାକିରି! ସରକାରୀ ଯୋଜନାରୁ ମଧ୍ୟ ହେବେ ବଞ୍ଚିତ

👇समाचार सुनने के लिए यहां क्लिक करें

ବହୁବିବାହ ବା ପଲିଗାମି ବିରୋଧରେ ଆସାମ ସରକାର ଆଣିବାକୁ ଯାଉଛନ୍ତି ବଡ଼ ଓ କଡ଼ା ନିୟମ। ରାଜ୍ୟ ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ ସମୟରେ ଏଭଳି ଏକ ସୁଦୂରପ୍ରସାରୀ ପ୍ରସ୍ତାବ ରଖିଛନ୍ତି ଆସାମ ଅର୍ଥମନ୍ତ୍ରୀ ଜୟନ୍ତ ମଲ୍ଲ ବରୁଆ।

ପ୍ରସ୍ତାବିତ ନିୟମ ଅନୁଯାୟୀ, ଯଦି କୌଣସି ସରକାରୀ କର୍ମଚାରୀ ବହୁବିବାହ କରନ୍ତି କିମ୍ବା ଏଥିରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ଆଇନ ଅନୁଯାୟୀ ସିଧାସଳଖ ଚାକିରିରୁ ବହିଷ୍କାର କରାଯିବ। କେବଳ ସେତିକି ନୁହେଁ, ମହିଳା ସଶକ୍ତୀକରଣ ଏବଂ ଲିଙ୍ଗଗତ ନ୍ୟାୟକୁ ସୁଦୃଢ଼ କରିବା ପାଇଁ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏଣିକି ବହୁବିବାହ କରୁଥିବା କୌଣସି ବି ବ୍ୟକ୍ତି ସରକାରଙ୍କ କୌଣସି ଜନକଲ୍ୟାଣକାରୀ ଯୋଜନାର ଲାଭ ପାଇପାରିବେ ନାହିଁ।

ଏହି ନୂତନ ବଜେଟ୍ ପ୍ରସ୍ତାବରେ କେବଳ ବହୁବିବାହ ନୁହେଁ, ବରଂ ଅପରାଧିକ ମାମଲାକୁ ନେଇ ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଯେଉଁ ବ୍ୟକ୍ତିମାନେ କୌଣସି ଅପରାଧିକ ମାମଲାରେ କୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବେ, ସେମାନଙ୍କୁ ମଧ୍ୟ ସମସ୍ତ ପ୍ରକାର ସରକାରୀ ଯୋଜନାରୁ ବଞ୍ଚିତ କରାଯିବ ବୋଲି ବଜେଟ୍‌ରେ ଘୋଷଣା କରାଯାଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା କରିବା ଏବଂ ସାମାଜିକ ସଂସ୍କାର ଆଣିବା ଦିଗରେ ଆସାମ ସରକାରଙ୍କ ଏହି ନିଷ୍ପତ୍ତି ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

Sidha Sambad
Author: Sidha Sambad

Leave a Comment

और पढ़ें