ଭୁବନେଶ୍ୱର:
ଜନ୍ମରୁ ପ୍ରତ୍ୟେକ ସମ୍ପର୍କ ବାପା-ମାଆ ଏବଂ ପରିବାର ସହିତ ଯୋଡ଼ି ହୋଇଥାଏ। କିନ୍ତୁ ବନ୍ଧୁତା ହେଉଛି ଏପରି ଏକ ପବିତ୍ର ସମ୍ପର୍କ, ଯାହା କୌଣସି ରକ୍ତର ସମ୍ପର୍କ ନୁହେଁ, ବରଂ ହୃଦୟ ଓ ଭାବନାରୁ ସୃଷ୍ଟି ହୋଇଥାଏ। ଜୀବନରେ ଦୀର୍ଘସ୍ଥାୟୀ ବନ୍ଧୁତ୍ବ ଶ୍ରେଷ୍ଠ ଆଶୀର୍ବାଦଠାରୁ କୌଣସି ଗୁଣରେ କମ୍ ନୁହେଁ। ଏହା ଜୀବନକୁ ସୁନ୍ଦର, ସୁଖମୟ ଓ ଅର୍ଥପୂର୍ଣ୍ଣ କରିଥାଏ। ସମୟ, ବୟସ ଓ ଶାରୀରିକ ଅକ୍ଷମତାର ସୀମାରେଖା ଡେଇଁ ଗଢ଼ି ଉଠିଥିବା ଏହିଭଳି କିଛି ଅନନ୍ୟ ବନ୍ଧୁତ୍ୱର କାହାଣୀକୁ ନେଇ ‘ସିଧା ସମ୍ବାଦ’ର ସ୍ୱତନ୍ତ୍ର ଉପସ୍ଥାପନା।
ଦୁନିଆର ସହସ୍ର ଶବ୍ଦକୁ କହି କିମ୍ବା ଶୁଣି ପାରୁ ନଥିଲେ ମଧ୍ୟ, ଭଲ ପାଇବା ଓ ସହଯୋଗର ପରିଭାଷାକୁ ସେମାନେ ନିଜ ହୃଦୟରେ ବୁଝିଛନ୍ତି। ଶ୍ରାବ୍ୟ ଓ ବାକ୍ଶକ୍ତିର ଅଭାବ ସେମାନଙ୍କ ଗଭୀର ବନ୍ଧୁତ୍ୱ ଆଗରେ କେବେ ହେଲେ ପ୍ରତିବନ୍ଧକ ସାଜିପାରି ନାହିଁ।
-
ପରିଚୟ: ଭୁବନେଶ୍ୱରସ୍ଥିତ ସତ୍ୟଭାମା ଦେବୀ ମୂକ ବଧିର ମହାବିଦ୍ୟାଳୟର ଯୁକ୍ତ ତିନି (+3) ଶେଷ ବର୍ଷର ଦୁଇ ଛାତ୍ର — ରୁଦ୍ର ଡାକୁଆ (ବ୍ରହ୍ମପୁର) ଏବଂ ରାଜନାରାୟଣ ସିଂହ (ବାଲେଶ୍ୱର)।
-
ଆରମ୍ଭ: ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ସମୟରୁ ହିଁ ଉଭୟଙ୍କ ପ୍ରଥମ ଦେଖା ହୋଇଥିଲା। ସେହି ଦିନରୁ ଗଢ଼ି ଉଠିଥିବା ସମ୍ପର୍କ ଆଜି ଅତ୍ୟନ୍ତ ନିବିଡ଼ ହୋଇପାରିଛି।
-
ଆତ୍ମୀୟତା: ମହାବିଦ୍ୟାଳୟର ମ୍ୟାନେଜିଂ ଟ୍ରଷ୍ଟି ନିରୋଜା ଲକ୍ଷ୍ମୀ ମହାପାତ୍ରଙ୍କ କହିବା ଅନୁଯାୟୀ, ଉଭୟ ହଷ୍ଟେଲରେ ଏକାଠି ରୁହନ୍ତି, ଖାଆନ୍ତି, ପାଠ ପଢ଼ନ୍ତି ଏବଂ ଦେହ ଖରାପ ହେଲେ ପରସ୍ପରର ସେବା କରନ୍ତି। ବିଦ୍ୟାଳୟର ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକରେ ମଧ୍ୟ ପରସ୍ପରକୁ ସମ୍ପୂର୍ଣ୍ଣ ସହଯୋଗ କରନ୍ତି।
“ଆମର ଏହି ନିବିଡ଼ ସମ୍ପର୍କ ଆଗକୁ ମଧ୍ୟ ସଦାସର୍ବଦା ଏହିପରି ଜାରି ରହିବ।” — ରୁଦ୍ର ଓ ରାଜନାରାୟଣ
ଆଜିକାଲି ଦିନକୁ ଦିନ ପଶୁପକ୍ଷୀଙ୍କ ପ୍ରତି ମଣିଷ ନିଷ୍ଠୁର ହେଉଥିବା ବେଳେ, ଜୀବଜନ୍ତୁଙ୍କ ସହ ଅସୀମ ଭଲପାଇବା ଓ ବନ୍ଧୁତ୍ୱର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ତମାଣ୍ଡୋ ସିଜିପୁଟ ଅଞ୍ଚଳର ପ୍ରସନ୍ନ କୁମାର ଦାସ (ବାପି)।
-
ସେବାର ଆରମ୍ଭ: ୨୦୧୩ ମସିହାରେ ସାପ କାମୁଡ଼ାରେ ନିଜ ଭଉଣୀଙ୍କୁ ହରାଇବା ପରେ ପ୍ରସନ୍ନ ଅତ୍ୟନ୍ତ ଭାଙ୍ଗି ପଡ଼ିଥିଲେ। ପରେ ସେ ପରିବାରର ଗୋଶାଳାରେ କାମ କରିବା ଆରମ୍ଭ କରିଥିଲେ।
-
ଶିକ୍ଷା ଓ ପ୍ରେରଣା: ଗୋଶାଳାରେ ଗୋରୁମାନଙ୍କ ଚିକିତ୍ସା ସମୟରେ ପ୍ରାଣୀ ଚିକିତ୍ସକ ଡା. ପ୍ରଫେସର ସଦାନନ୍ଦଙ୍କ ସହ ପରିଚିତ ହୋଇ ସେ ଜୀବଜନ୍ତୁଙ୍କ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ଶିକ୍ଷା ଲାଭ କରିଥିଲେ।
-
ନିରନ୍ତର ସେବା: ସେହି ଶିକ୍ଷାକୁ ଜୀବନର ବ୍ରତ କରି ସେ ଆଖପାଖ ଅଞ୍ଚଳର ଆଘାତପ୍ରାପ୍ତ, ଆହତ ବୁଲା ଗାଈ, ଷଣ୍ଢ ଓ କୁକୁରଙ୍କ ସେବା କରିଆସୁଛନ୍ତି। ଗୁରୁତର ସ୍ଥିତିରେ ସେ ସେମାନଙ୍କୁ ପ୍ରାଣୀ ଚିକିତ୍ସାଳୟକୁ ପଠାଇବାର ବ୍ୟବସ୍ଥା କରନ୍ତି। ଏହି ପବିତ୍ର କାର୍ଯ୍ୟରେ ତାଙ୍କ ପରିବାର ମଧ୍ୟ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି।
ବନ୍ଧୁତା କେବଳ ମଣିଷ-ମଣିଷ ଭିତରେ ସୀମିତ ନୁହେଁ; ସ୍ନେହ, ଆଦର ଓ ସହାନୁଭୂତି ଯେଉଁଠି ଥାଏ, ସେଠାରେ ବନ୍ଧୁତାର ନିବିଡ଼ ସମ୍ପର୍କ ଗଢ଼ିଉଠେ।
ବନ୍ଧୁତା କେବଳ ମଣିଷ-ମଣିଷ ଭିତରେ ସୀମିତ ନୁହେଁ;

