ଓଡ଼ିଶା ପୁଲିସର ବଡ଼ ସଫଳତା: ‘ଅପରେସନ୍ ଅନ୍ୱେଷଣ’ରେ ୫,୪୧୩ ଶିଶୁ ଓ ୧୨,୧୭୭ ମହିଳା ଉଦ୍ଧାର, ପୁରୀ ଜିଲ୍ଲା ସର୍ବଶ୍ରେଷ୍ଠ I

👇समाचार सुनने के लिए यहां क्लिक करें

ପରିବାରଠାରୁ ବିଚ୍ଛିନ୍ନ ହୋଇଯାଇଥିବା ନିଖୋଜ ମହିଳା ଓ ଶିଶୁମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ପୁନଃ ପରିବାର ସହ ମିଳନ କରାଇବାରେ ଓଡ଼ିଶା ପୁଲିସ ଅଭୂତପୂର୍ବ ସଫଳତା ହାସଲ କରିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (DGP) ଯୋଗେଶ ବାହାଦୁର ଖୁରାନିଆଙ୍କ ପ୍ରତ୍ୟକ୍ଷ ଦିଗଦର୍ଶନ ଏବଂ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା (CAW & CW)ର ତଦନ୍ତ ଓ ଆନ୍ତଃରାଜ୍ୟ ସମନ୍ୱୟ ଯୋଗୁଁ ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିପାରିଛି।

ଜାନୁଆରିରୁ ଜୁନ୍ ୨୦୨୬ ମଧ୍ୟରେ ରାଜ୍ୟରେ ନିଖୋଜ ତଥା ଉଦ୍ଧାର ତଥ୍ୟ:

  • ଶିଶୁ ଉଦ୍ଧାର: ରାଜ୍ୟରେ ୪,୮୭୩ ଜଣ ଶିଶୁ (୫୩୮ ନାବାଳକ, ୪,୩୩୪ ନାବାଳିକା ଓ ୧ ଜଣ ଟ୍ରାନ୍ସଜେଣ୍ଡର) ନିଖୋଜ ନେଇ ରିପୋର୍ଟ ହୋଇଥିଲା। ଓଡ଼ିଶା ପୁଲିସ ତତ୍ପରତା ପ୍ରକାଶ କରି ପୂର୍ବ ନିଖୋଜ ମାମଲା ସହ ମୋଟ ୫,୪୧୩ ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି।

  • ମହିଳା ଉଦ୍ଧାର: ସେହିପରି ୧୦,୬୦୫ ଜଣ ମହିଳା ନିଖୋଜ ହୋଇଥିବା ବେଳେ ପୁଲିସ ଦକ୍ଷତାର ସହ ମୋଟ ୧୨,୧୭୭ ଜଣ ମହିଳାଙ୍କୁ ଉଦ୍ଧାର କରିବାକୁ ସମର୍ଥ ହୋଇଛି।

ନିଖୋଜ ମହିଳା ଓ ଶିଶୁଙ୍କୁ ଖୋଜି ବାହାର କରିବାରେ ପୁରୀ ଜିଲ୍ଲା ରାଜ୍ୟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି।

କ୍ଷେତ୍ର ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା / ଅଞ୍ଚଳ
ଶିଶୁ ଉଦ୍ଧାର ପୁରୀ (୧୧୬୧), UPD ଭୁବନେଶ୍ୱର (୩୯୯), ମୟୂରଭଞ୍ଜ (୨୭୮)
ମହିଳା ଉଦ୍ଧାର ପୁରୀ (୩୭୧୩), ଯାଜପୁର (୮୨୦), ଗଞ୍ଜାମ (୫୮୧)

ମୋଟ ୧,୧୬୧ ଜଣ ଶିଶୁ ଏବଂ ୩,୭୧୩ ଜଣ ମହିଳାଙ୍କୁ ଉଦ୍ଧାର କରି ପୁରୀ ଜିଲ୍ଲା ପୁଲିସ ରାଜ୍ୟରେ ସୀର୍ଷ ସ୍ଥାନ ବଜାୟ ରଖିଛି।

ନିଖୋଜ ମହିଳା ଓ ଶିଶୁଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ମହିଳା ଓ ଶିଶୁ ସୁରକ୍ଷା ଶାଖା ପକ୍ଷରୁ ନିୟମିତ ଭାବେ “ଅପରେସନ୍ ଅନ୍ୱେଷଣ” ଅଭିଯାନ ଚଲାଯାଉଛି।

  • ଚଳିତ ବର୍ଷ ଏପର୍ଯ୍ୟନ୍ତ ୨ଟି ସ୍ୱତନ୍ତ୍ର ଅଭିଯାନ କରାଯାଇଛି।

  • ଗତ ୧୮ ଜୁଲାଇ ୨୦୨୬ ରୁ ୨୨ ଜୁଲାଇ ୨୦୨୬ ମଧ୍ୟରେ ଅନୁଷ୍ଠିତ ଅଭିଯାନରେ ୩୨୧ ଜଣ ଶିଶୁ (୩୫ ନାବାଳକ, ୨୮૬ ନାବାଳିକା) ଏବଂ ୨,୪୩୪ ଜଣ ନିଖୋଜ ମହିଳାଙ୍କୁ ଉଦ୍ଧାର କରାଯାଇଛି।

ଆଗାମୀ ଦିନରେ ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଏହିପରି ଅଭିଯାନକୁ ଆହୁରି ବ୍ୟାପକ ଓ ଜୋରଦାର କରାଯିବ ବୋଲି ପୁଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Sidha Sambad
Author: Sidha Sambad

Leave a Comment

और पढ़ें