ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀ ନିଲମ୍ବିତ ସ୍ୱଚ୍ଛ ଓ ଶୃଙ୍ଖଳିତ ରାଜସ୍ୱ ପ୍ରଶାସନ ପାଇଁ ସରକାରଙ୍କ କଡ଼ା ପଦକ୍ଷେପ I

👇समाचार सुनने के लिए यहां क्लिक करें

ଢେଙ୍କାନାଳ: ସ୍ୱଚ୍ଛ ଓ ଶୃଙ୍ଖଳିତ ରାଜସ୍ୱ ପ୍ରଶାସନ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାରଙ୍କ କଡ଼ା ପଦକ୍ଷେପ। ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀ, OAS-A (JB)ଙ୍କୁ ରାଜ୍ୟ ସରକାର ତତ୍କାଳ ପ୍ରଭାବରୁ ନିଲମ୍ବିତ କରିଛନ୍ତି।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ସରକାରୀ ଆଦେଶ ଅନୁଯାୟୀ, ଓଡ଼ିଶା ସିଭିଲ୍ ସର୍ଭିସେସ୍ (କ୍ଲାସିଫିକେସନ୍, କଣ୍ଟ୍ରୋଲ୍ ଆଣ୍ଡ ଅପିଲ୍) ନିୟମାବଳୀ, ୧୯୬୨ର ନିୟମ ୧୨(୧)(କ) ଅନୁସାରେ ଏହି ନିଲମ୍ବନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ନିଲମ୍ବନ ଅବଧିରେ ଶ୍ରୀ ମାଝୀଙ୍କ ମୁଖ୍ୟାଳୟ କଟକସ୍ଥିତ ରାଜସ୍ୱ ଡିଭିଜନାଲ୍ କମିଶନର (କେନ୍ଦ୍ରାଞ୍ଚଳ)ଙ୍କ କାର୍ଯ୍ୟାଳୟରେ ରହିବ। ଆର୍‌ଡିସିଙ୍କ ପୂର୍ବାନୁମତି ବିନା ସେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ।

ଏହାସହ ଶ୍ରୀ ମାଝୀଙ୍କ ବିରୋଧରେ ଅଭିଯୋଗର ଖସଡ଼ା, ସମ୍ପୃକ୍ତ ପ୍ରମାଣପତ୍ର ଏବଂ ଆବଶ୍ୟକ ଦଲିଲ ଦାଖଲ କରିବାକୁ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଦୁର୍ନୀତି ଓ ବିଶୃଙ୍ଖଳିତ ପ୍ରଶାସନିକ କାର୍ଯ୍ୟଧାରା ବିରୋଧରେ ତ୍ୱରିତ ପଦକ୍ଷେପ ନେବା ସହ ଲୋକାଭିମୁଖୀ ରାଜସ୍ୱ ସେବା ପ୍ରଦାନ ପାଇଁ ସରକାର ପ୍ରତିବଦ୍ଧ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Sidha Sambad Kalinga | ନିରପେକ୍ଷ ଖବର, ନିର୍ଭୀକ ସ୍ୱର।

Sidha Sambad
Author: Sidha Sambad

Leave a Comment

और पढ़ें