ଭୁବନେଶ୍ୱର: ପେନସନଧାରୀଙ୍କ ପାଇଁ ଆସିଛି ବଡ଼ ଖବର। ଅକ୍ଟୋବର ମାସରେ ଏକାଥରକେ ୫ ମାସର ବକେୟା ପେନସନ୍ ମିଳିବା ନେଇ ସୂଚନା ସାମ୍ନାକୁ ଆସିଛି। ଏହାଦ୍ୱାରା ପ୍ରାୟ ୨୦ ଲକ୍ଷ ୩୩ ହଜାର ପେନସନଧାରୀ ଉପକୃତ ହେବେ।
ବକେୟା ଥିବା ପେନସନ୍ ରାଶି ପେନସନଧାରୀଙ୍କ ବ୍ୟାଙ୍କ ଖାତାକୁ ଜମା ହେବ ବୋଲି ଜଣାପଡ଼ିଛି। ଦୀର୍ଘଦିନ ଧରି ବକେୟା ଟଙ୍କାକୁ ଅପେକ୍ଷା କରିଥିବା ପେନସନଧାରୀଙ୍କ ପାଇଁ ଏହି ଖବର ଆଶ୍ୱସ୍ତି ଆଣିଛି।
ତେବେ କେଉଁ ଶ୍ରେଣୀର ପେନସନଧାରୀଙ୍କୁ ଏହି ଟଙ୍କା ମିଳିବ, ଠିକ୍ କେଉଁ ତାରିଖରୁ ଟଙ୍କା ଖାତାକୁ ଆସିବ ଏବଂ ପ୍ରତ୍ୟେକଙ୍କୁ କେତେ ଟଙ୍କା ମିଳିବ, ସେନେଇ ସରକାରୀ ନିର୍ଦ୍ଦେଶକୁ ଅପେକ୍ଷା କରାଯାଉଛି।