୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ବଡ଼ଚଣା AE ବନ୍ଦିତା ଦାସ ଓ ସହଯୋଗୀ: ଭିଜିଲାନ୍ସର ଚଢ଼ାଉ

👇समाचार सुनने के लिए यहां क्लिक करें

ସିଧା ସମ୍ବାଦ (ବ୍ୟୁରୋ): ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ସହକାରୀ ଯନ୍ତ୍ରୀ (AE) ଶ୍ରୀମତୀ ବନ୍ଦିତା ଦାସ ଏବଂ ତାଙ୍କ ସହଯୋଗୀ ସୋମନାଥ ସେଠୀ (ବେସରକାରୀ ବ୍ୟକ୍ତି) ୩୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ରଙ୍ଗେହାତ ଧରାପଡ଼ିଛନ୍ତି।

ବଡ଼ଚଣା ବ୍ଲକରେ ଏକ ସ୍କୁଲ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରିଥିବା ଜଣେ ଠିକାଦାର (ଅଭିଯୋଗକାରୀ) ତାଙ୍କର ସିକ୍ୟୁରିଟି ଜମା ରାଶି (Security Deposit) ଫେରସ୍ତ ଏବଂ ବକେୟା ବିଲ୍ ମଞ୍ଜୁର ପାଇଁ ଆବେଦନ କରିଥିଲେ। ମାତ୍ର ବିଲ୍ ପାସ୍ କରିବା ଏବଂ ସିକ୍ୟୁରିଟି ଟଙ୍କା ଛାଡ଼ିବା ପାଇଁ AE ବନ୍ଦିତା ଦାସ ୩୫,୦୦୦ ଟଙ୍କା PC (ଲାଞ୍ଚ) ଦାବି କରିଥିଲେ।

ନିରୁପାୟ ହୋଇ ଠିକାଦାର ଜଣକ ଏ ନେଇ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍ ୨୮.୦୯.୨୦୨୬ ତାରିଖରେ ଏକ ସ୍ୱତନ୍ତ୍ର ଫାନ୍ଦ (Trap) ପ୍ରସ୍ତୁତ କରିଥିଲା। AE ଶ୍ରୀମତୀ ଦାସଙ୍କ ନିଜ ଅଫିସ୍ ରୁମ୍‌ରେ ଠିକାଦାରଙ୍କଠାରୁ ୩୫,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି AE ବନ୍ଦିତା ଦାସ ଓ ତାଙ୍କ ସହଯୋଗୀ ସୋମନାଥ ସେଠୀଙ୍କୁ ଗିରଫ କରିଥିଲା।

 ଜବତ ସାକ୍ଷୀଙ୍କ ଉପସ୍ଥିତିରେ ରସାୟନ ବୋଳା ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ନଗଦ ଜବତ କରାଯାଇଛି।

 ଦ୍ୱୟ ଅଭିଯୁକ୍ତଙ୍କ ହାତ ଧୋଇବା ପରେ କେମିକାଲ୍ ପ୍ରତିକ୍ରିୟା ପଜିଟିଭ୍ (Positive Chemical Reaction) ଆସିଛି, ଯାହା ଲାଞ୍ଚ ଟଙ୍କା କାରବାରକୁ ସ୍ପଷ୍ଟ ପ୍ରମାଣିତ କରୁଛି।

ଟ୍ରାପ୍ ପରେ ଭିଜିଲାନ୍ସ ପକ୍ଷରୁ ଅଭିଯୁକ୍ତ AEଙ୍କ ୩ଟି ବିଭିନ୍ନ ସ୍ଥାନରେ ଏକାସାଙ୍ଗରେ ତଲାସି ଅଭିଯାନ (Simultaneous Searches) ଆରମ୍ଭ କରାଯାଇଛି:

  1. କଟକ ଜଗତପୁର ଜେନାମଣି ମଣ୍ଡପ ନିକଟସ୍ଥ ପଣ୍ଡା ସାହିରେ ଥିବା ନିଜ ବାସଭବନ।

  2. କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ନିମପୁରସ୍ଥ ଶାଶୂଘର।

  3. ବଡ଼ଚଣା ବ୍ଲକସ୍ଥିତ ସରକାରୀ କାର୍ଯ୍ୟାଳୟ ରୁମ୍।

ରୁଜୁ

ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ କେସ୍ ନଂ-୩୮ (ତାରିଖ: ୨୭.୦୯.୨୦୨୬), ଧାରା-7 Prevention of Corruption (Amendment) Act, 2018 ଅଧୀନରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି

Sidha Sambad
Author: Sidha Sambad

Leave a Comment

और पढ़ें