୧୨ ଘଣ୍ଟିଆ ଓଡ଼ିଶା ବନ୍ଦ: ରାଜପଥରୁ ରେଳଧାରଣା, ସବୁଠି ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ I

👇समाचार सुनने के लिए यहां क्लिक करें

ଆଜି ରାଜ୍ୟସାରା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ‘ଇଣ୍ଡିଆ ବ୍ଲକ୍’। ଏମ୍‌ଏମ୍‌ଡିଆର୍‌ ବିଲ୍ (MMDR Bill) ପ୍ରତ୍ୟାହାର, ସିଇସିଙ୍କ ଇସ୍ତଫା ଦାବି ଏବଂ ବହି ତ୍ରୁଟି ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ଏହି ବନ୍ଦ ଆହ୍ୱାନ ଦିଆଯାଇଛି। କଂଗ୍ରେସ ସମେତ ୭ଟି ପ୍ରମୁଖ ରାଜନୈତିକ ଦଳ ଏହି ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ବନ୍ଦର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି।

ବନ୍ଦ ଯୋଗୁଁ ସକାଳୁ ସକାଳୁ ଦୋକାନ-ବଜାର ସମ୍ପୂର୍ଣ୍ଣ ଠପ୍ ରହିଥିବା ବେଳେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ସ୍କୁଲ ଓ କଲେଜ ଗୁଡ଼ିକ ବନ୍ଦ ରହିଛି।

  • କଟକ: କଟକ ରେଳ ଷ୍ଟେସନରେ କଂଗ୍ରେସ କର୍ମୀମାନେ ରେଳରୋକ କରିବାକୁ ଉଦ୍ୟମ କରୁଥିବା ବେଳେ ଆରପିଏଫ୍ (RPF) ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ତୀବ୍ର ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ରେଳବାଇ ସୁରକ୍ଷା ଫୋର୍ସ କେତେକ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି। ଅପରପକ୍ଷରେ, ନେତାଜୀ ବସ୍ ଟର୍ମିନାଲରୁ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି।

  • ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍ ଛକରେ ବିକ୍ଷୋଭକାରୀମାନେ ରାସ୍ତା ଅବରୋଧ କରି ନାରାବାଜି କରିଛନ୍ତି। ତେବେ ସକାଳ ସମୟରେ ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ବସ୍ ଚଳାଚଳ କିଛି ସମୟ ପାଇଁ ସ୍ୱାଭାବିକ ରହିଥିବା ଦେଖିବାକୁ ମିଳିଥିଲା।

  • ଭଦ୍ରକ: ଭଦ୍ରକରେ ବିକ୍ଷୋଭକାରୀମାନେ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିବାରୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।

Sidha Sambad
Author: Sidha Sambad

Leave a Comment

और पढ़ें