ଲାଲକିଲ୍ଲା ରାମଲୀଳାରେ ନିଷାଦ ରାଜ ଭୂମିକାରେ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ I

👇समाचार सुनने के लिए यहां क्लिक करें

ନୂଆଦିଲ୍ଲୀ (ସିଧା ସମ୍ବାଦ କଳିଙ୍ଗ):

ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ମଇଦାନରେ ଚାଲିଥିବା ଭବ୍ୟ ରାମଲୀଳାରେ ଦେଖିବାକୁ ମିଳିଛି ଏକ ସ୍ୱତନ୍ତ୍ର ଦୃଶ୍ୟ। ରାଜନୀତି ମଞ୍ଚର ଜଣାଶୁଣା ଚେହେରା   ଏଥର ନଜର ଆସିଛନ୍ତି ଅଭିନୟ ମଞ୍ଚରେ। ଲବ-କୁଶ ରାମଲୀଳା କମିଟି ପକ୍ଷରୁ ଆୟୋଜିତ ଏହି ପ୍ରସିଦ୍ଧ ରାମଲୀଳାରେ ସେ ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ‘ନିଷାଦ ରାଜ’ଙ୍କ ଭୂମିକାରେ ଜୀବନ୍ତ ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି।

ରାଜନୀତିର ମଞ୍ଚରୁ ରାମଲୀଳାର ମଞ୍ଚ— କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଏହି ଭିନ୍ନ ଅବତାର ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛି। ପ୍ରଭୁ ଶ୍ରୀରାମଙ୍କ ଜୀବନୀ ଓ ରାମାୟଣର ମହାନ ଆଦର୍ଶକୁ ଆଧାର କରି ପରିବେଷିତ ଏହି ନାଟକରେ ତାଙ୍କ ଅଭିନୟକୁ ପ୍ରଶଂସା କରାଯାଇଛି। ଏହି ପବିତ୍ର ଧାର୍ମିକ ଆୟୋଜନରେ ଅଭିନୟ କରିବାର ସୁଯୋଗ ପାଇ ସେ ନିଜକୁ ଧନ୍ୟ ମନେ କରିଥିବା ସହ ଲବ-କୁଶ ରାମଲୀଳା କମିଟିକୁ ଧନ୍ୟବାଦ ଜଣାଇଛନ୍ତିhttps://youtu.be/zDIC465FMXk

Sidha Sambad
Author: Sidha Sambad

Leave a Comment

और पढ़ें