ଭିଜିଲାନ୍ସ ଜାଲରେ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର, ନଗଦ ୨୧.୮୮ ଲକ୍ଷ ଟଙ୍କା ଜବତ

👇समाचार सुनने के लिए यहां क्लिक करें

ଭୁବନେଶ୍ୱର (ସିଧା ସମ୍ବାଦ): ଲାଞ୍ଚ ନେବା ଓ ଅପରାଧିକ ଉପାୟରେ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଟକ ଜଗତପୁର ମହାନଦୀ ଉତ୍ତର ଡିଭିଜନର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ପ୍ରସନ୍ନଜିତ୍ ଦାସ। ଗତକାଲି ରାତିରେ ଏକ ବିଶେଷ ସୂଚନା ଆଧାରରେ ଭିଜିଲାନ୍ସ ଟିମ୍ ଭୁବନେଶ୍ୱର ଏଜି ଛକ ନିକଟରେ ତାଙ୍କ ସରକାରୀ ଭଡ଼ା ବୋଲେରୋ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା। ଏହି ସମୟରେ ତାଙ୍କ ପାଖରୁ ନଗଦ ୭,୨୮,୬୨୦ ଟଙ୍କା ଅସାଧୁ ଅର୍ଥ ଜବତ କରାଯାଇଥିଲା।

ଏହାପରେ ଆଜି ସକାଳେ ଭିଜିଲାନ୍ସ ପକ୍ଷରୁ ଏକାସାଙ୍ଗରେ ଦୁଇଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ପ୍ରସନ୍ନଜିତ୍‌ଙ୍କ ଘାଟିକିଆ ସ୍ଥିତ ‘ଟ୍ରାଇଡେଣ୍ଟ ଗାଲାକ୍ସି’ ଆପାର୍ଟମେଣ୍ଟର ଫ୍ଲାଟ୍ ନମ୍ବର D-401 ଏବଂ ବରଗଡ଼ସ୍ଥିତ ପୈତୃକ ଘରେ ସିମୁଲଟାନିଅସ୍ ସର୍ଚ୍ଚ କରାଯାଇଥିଲା। ଘାଟିକିଆ ଫ୍ଲାଟ୍‌ରୁ ଅଧିକ ୧୪,୬୦,୦୦୦ ଟଙ୍କା କ୍ୟାଶ୍ ଜବତ ହୋଇଛି।

ଉଭୟ ସ୍ଥାନରୁ ସମୋଟ ୨୧,୮୮,୬୨୦ ଟଙ୍କା ଜବତ ହୋଇଥିବା ବେଳେ ଇଞ୍ଜିନିୟର ମହାଶୟ ଏହି ବିପୁଳ ପରିମାଣର ଟଙ୍କାର କୌଣସି ବୈଧ ହିସାବ ଦେଇପାରି ନାହାନ୍ତି। ଏହି ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ପୋଲିସ ଷ୍ଟେସନରେ କେସ୍ ନମ୍ବର ୨୪/୨୦୨୬ (u/s 13(2) r/w 13(1)(b) PC Act, 1988 as amended by PC Act, 2018) ମାମଲା ରୁଜୁ କରାଯାଇଛି। ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ପ୍ରସନ୍ନଜିତ୍ ଦାସଙ୍କୁ ଅଟକ ରଖି ଅଧିକ ପଚରାଉଚୁରା ଜାରି ରହିଛି।

Sidha Sambad
Author: Sidha Sambad

Leave a Comment

और पढ़ें