ପଞ୍ଚଲିଙ୍ଗେଶ୍ଵର ବୁଲିବାକୁ ଆସି ପର୍ଯ୍ୟଟକ ନିଖୋଜ।

👇समाचार सुनने के लिए यहां क्लिक करें

ନୀଳଗିରି -୨୭/୩(ସିଧାସମ୍ବାଦ);
ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ଵର ବୁଲିବାକୁ ଆସି ଜଣେ ପର୍ଯ୍ୟଟକ ନିଖୋଜ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ନୟାଗଡ ଜିଲ୍ଲା ନୂଆଗାଁ ଥାନା ଗୌଡଚଞ୍ଚରାପାଲି ଅଞ୍ଚଳର ପଲହ ବେହେରାଙ୍କ ପୁଅ ଚରଣ ବେହେରା (୬୫) ନିଜ ପରିବାର ସହ ଅଞ୍ଚଳର ପ୍ରାୟ ୭୦ଜଣ ପର୍ଯ୍ୟଟକଙ୍କ ସହିତ ଏକ ବସରେ ଗୁରୁବାର ପୂର୍ବାହ୍ନରେ ପଞ୍ଚଲିଙ୍ଗେଶ୍ଵର ବୁଲିବାକୁ ଆସିଥିଲେ। ତେବେ ଅନ୍ୟ ପର୍ଯ୍ୟଟକ ପାହାଚଚଢ଼ି ବାବାଙ୍କ ଦର୍ଶନ କରିବାକୁ ଯାଇଥିବା ବେଳେ ଚରଣ ପାହାଚଚଢି ପାରିବେ ନାହିଁ କହି ବସ୍ ନିକଟରେ ରହିଥିଲେ। ଅନ୍ୟାନ୍ୟ ଶ୍ରଦ୍ଧାଳୁ ଦର୍ଶନସାରି ଅପରାହ୍ନ ପ୍ରାୟ ୪ଟା ସମୟରେ ଫେରିବାପରେ ଚରଣକୁ ନପାଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଶେଷରେ ରାତ୍ରୀ ୭ଟା ସମୟରେ ଚରଣ ନିଖୋଜ ହୋଇଥିବା ନେଇ ଜଣେ ସମ୍ପର୍କୀୟ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି। ତେବେ ଚରଣଙ୍କ ଅପେକ୍ଷାରେ ବସ ସମେତ ସମସ୍ତ ପର୍ଯ୍ୟଟକ ଅଟକିରହିଥିବା ସୂଚନା ମିଳିଛି।

Sidha Sambad
Author: Sidha Sambad

Leave a Comment

और पढ़ें