ରାୟଗଡା ୩୦/୩(ସିଧାସମ୍ବାଦ); ରାୟଗଡା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅବହେଳା ଓ ଖାମଖିଆଲି ମନୋଭାବ ପ୍ରଦର୍ଶନ ଯୋଗୁଁ ସ୍ବାସ୍ଥ୍ୟ ବିଭାଗ ରେ କାର୍ଯ୍ୟରତ ଥିବା 50ଜଣ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ମାନେ ପଦୋନ୍ନତି ପାଇବାରେ ବିଫଳ ବା ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମ ଅବସର ରେ ସ୍ୱାସ୍ଥ୍ୟ କର୍ମୀ ମାନେ ଜିଲ୍ଲାପାଳ ଙ୍କୁ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଉକ୍ତ ସ୍ମାରକ ପତ୍ର ରେ ଉଲ୍ଲେଖ କରିଛନ୍ତି ଯେ ଏକ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କ ନିର୍ଦ୍ଦେଶ କୁ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଅଣ ଦେଖା କରୁଥିବା ଦେଖିବାକୁ ମିଳିଛି ଦ୍ଵିତୀୟ ରେ ସିଡିଏମଓ ଓ dwo ଉଚ୍ଚତମ ନ୍ୟାୟଳୟ ଷ୍ଟେ ଓଡ଼ର ବା ରହିତ୍ ଆଦେଶ କୁ ମାନୁ ନାହାନ୍ତି ବେଆଇନ ଭାବେ ଚଳିତ ମାସ 27ମାର୍ଚ୍ଚ ରେ ବେଆଇନ ଭାବେ ନିଯୁକ୍ତି କରୁଛନ୍ତି। ତୃତୀୟ ରେ ଗ୍ରଡେସନ୍ ଛାପିବା ତାରିଖ ଗତ ବର୍ଷ ଡିସେମ୍ବର 27 ତାରିଖ ଥିଲା, ପ୍ରୋଭିଜନ ଛାପିବା ତାରିଖ ଥିଲା ଚଳିତ ବର୍ଷ ଜାନୁଆରୀ 06ତାରିଖ ଥିବା ବେଳେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ଏହି ସବୁ ନିୟମ ଅନୁସାରେ ଅନୁସରଣ ନକରି ଫାଙ୍କି ଦେଇଥିବା ଅଭିଯୋଗ ଆଣିଛନ୍ତି ସ୍ୱାସ୍ଥ୍ୟ କର୍ମୀ। ସ୍ବାସ୍ଥ୍ୟକର୍ମୀ ମାନେ କହିବା ଅନୁଯାୟୀ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସଚିବ ଜାସ୍ମିନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ ଅନୁସାରେ ଚଳିତ ବର୍ଷ ଜାନୁଆରି ମାସ 30 ଦିନ ପୂର୍ବ ରୁ ଜିଲ୍ଲା ପ୍ରୋମସନ କମିଟି ଗଠନ କରି ପୁରୁଷ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ପଦୋନ୍ନତି ବିଷୟରେ ଆଲେଚନା କରି ଉପରୋକ୍ତ ଅଧିକାରୀ ଙ୍କୁ ସବିଶେଷ ବିବରଣୀ ପ୍ରଦାନ କରାଯାଉ। ରାୟଗଡା ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଓ ସ୍ବାସ୍ଥ୍ୟ ବିଭାଗ କିରାଣୀ ମାନଙ୍କ ଦ୍ଵାରା ଜିଲ୍ଲା ପଦୋନ୍ନତି କମିଟି ଗଠନ କରାଗଲା ନାହିଁ। ଯେଉଁଥି ପାଇଁ କି ନିରୀହ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ମାନେ ପଦୋନ୍ନତି ସୁବିଧାରୁ ବଞ୍ଚିତ ହୋଇଛନ୍ତି। ସିଡି ଏମ ବୈମାତୃକ ଭାବ ଦେଖାଉଥିବା ଯୋଗୁଁ ପୁରୁଷ ଓ ମହିଳା ସ୍ବାସ୍ଥ୍ୟ କର୍ମୀ ମାନେ ପଦୋନ୍ନତି ରୁ ବଞ୍ଚିତ ହେଉଥିବା ଦେଖିବାକୁ ପଡୁଛି ଏହି ପଦୋନ୍ନତୀ ଅନିମିୟତା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କୁ ଦାୟୀ କରି ବିକ୍ଷୋଭ ପ୍ରଦର୍ଶନ କରି ସ୍ମାରକ୍ ପତ୍ର ପ୍ରଦାନ କରିବା ସହ ଆଗମୀ ଦିନରେ ତାଙ୍କୁ ନ୍ୟାୟ ନମିଳିଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଘୋଷଣା କରିଥିଲେ।





