– ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏଥି ପୂର୍ବରୁ ନୂତନ ବୃକ୍ ବଢ଼ିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖ୍ ବିଭିନ୍ନ ସ୍ଥାନରୁ ନୂତନ ବୃକ୍ ଗଠନ ଦାବି ଉଠିବାରେ ଲାଗିଥିବା ବେଳେ ମୁନିଗୁଡା ବ୍ଲକ୍ରୁ ଅଲଗା କରି ଅମ୍ବାଦଳାରେ ନୂତନ ବୃକ୍ ଗଠନ ଦାବି ଜୋରଧରିଛି । ମୁନିଗୁଡା ବ୍ଲକ୍ର ୯ ପଞ୍ଚାୟତବାସୀ ଅମ୍ବାଦଳାରେ ନୂତନ ବୃକ୍ ଗଠନ ଦାବି କରିଆସୁଥିବା ବେଳେ।ଆଜି ଅମ୍ବାଦଳା ସାମ୍ବାଦିକ ସଂଘର ସଦସ୍ୟ ମାନେ ମୁନିଗୁଡ଼ା ବ୍ଲକ ବିଡ଼ିଓ କୃଷ୍ଚ ଚନ୍ଦ୍ର ଦଳପତିଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ପାଇବା ପରେ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ଦଳପତି କହିଛନ୍ତି ।
ମୁନିଗୁଡ଼ା ବ୍ଲକର ଜଗଦଲପୁର, ସରଧାପୁର, ସିବପଦର, ରାଘୁବାରି, ଡିମିରିଗୁଡ଼ା, ଇଚ୍ଛାପୁର, ଅମ୍ଲାଭଟା, ଅମ୍ବାଦଳା, ରାଣୀପିଣ୍ଡା ଭଳି ପଞ୍ଚାୟତକୁ ନେଇ ନୂତନ ବ୍ଲକ୍ ଗଠନ ପାଇଁ ଦାବି ହୋଇଛି।





