କାଠଗାଡି ଜବତ। କୁଳଡିହା ବନବିଭାଗ ଦ୍ୱାରା ଜବତ ଗାଡ଼ିକୁ ନୀଳଗିରି ବନବିଭାଗକୁ ହସ୍ତାନ୍ତର।

👇समाचार सुनने के लिए यहां क्लिक करें

ନୀଳଗିରି -୩୧/୩(ସିଧାସମ୍ବାଦ);
ପେଟ୍ରୋଲିଂ ସାରି ଫେରୁଥିବା କୁଳଡ଼ିହା ବନବିଭାଗର ଏକ ଟିମ ଗୋଟିଏ କାଠ ବୋଝେଇ ଗାଡ଼ିକୁ ଜବତକରି ନୀଳଗିରି ବନବିଭାଗକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ କୁଳଡିହା ବନବିଭାଗ ଆଜି ପୂର୍ବାହ୍ନରେ ପେଟ୍ରୋଲିଂ ସାରି ଫେରୁଥିବା ବେଳେ ଜାମୁଡିହା ଅଞ୍ଚଳରୁ ଓଆର -୦୧ଏଫ୍ ୨୦୨୨ ବିଶିଷ୍ଟ ଏକ ପିକପ ଗାଡ଼ିରେ କାଠ ବୋଝେଇ କରି ରେମୁଣା ଅଞ୍ଚଳକୁ ଯାଉଥିବା ସମୟରେ ବାଲିଗୋହିରୀ ନିକଟରେ ଜବତ କରିଥିଲା।ପରେ ସଂପୃକ୍ତ କାଠଗାଡ଼ିଟି ନୀଳଗିରି ବନବିଭାଗ ଅଧିନରେ ଆସୁଥିବା ଜାଣି ନୀଳଗିରି ବନବିଭାଗକୁ ହସ୍ତାନ୍ତର କରିଥିଲେ।ଜବତ ଗାଡ଼ିରେ ୬୪.୫୧ସିପଟ୍ ତୁଡୁରା ଓ ଆମ୍ବ ଗଣ୍ଡି ଲୋଡ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୭୦ହଜାର ଟଙ୍କା ହେବବୋଲି ଫରେଷ୍ଟର ରାମଚନ୍ଦ୍ର ଲେଙ୍କା ସୂଚନା ଦେଇଛନ୍ତି। ତେବେ ଆଜିର ଏହି ଘଟଣାରେ ତଥ୍ୟ ଦେବାକୁ ଉଭୟ ବନବିଭାଗ ଟାଳଟୁଳ ନୀତି ଗ୍ରହଣ କରିଥିବା ବେଳେ ସଲାସୂତରାରେ ଦୁର୍ନୀତିରେ ସଂପୃକ୍ତ ଥିବା ଅଞ୍ଚଳବାସୀ ସନ୍ଦେହ କରିଛନ୍ତି

Sidha Sambad
Author: Sidha Sambad

Leave a Comment

और पढ़ें