ନୀଳଗିରି, ୩୧/୩(ସିଧାସମ୍ବାଦ); ବିଦ୍ୟା ଭାରତୀ ଯୋଜନାରେ ନୀଳଗିରି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଦ୍ଵାରା ପରିଚାଳିତ ସରସ୍ଵତୀ ସଂସ୍କାର କେନ୍ଦ୍ରରେ ରାଷ୍ଟ୍ରୀୟ ନବବର୍ଷ ପାଳନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୀଳଗିରି ଏନଏସି ଅଧ୍ୟକ୍ଷ ଶ୍ରୀଯୁକ୍ତ ମହେନ୍ଦ୍ର ନାଥ ବେହେରା ଅନୁଷ୍ଠାନିକ ଭାବେ ଯୋଗଦେଇ ଭାରତ ମାତା ଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୟୋଳନ କରିଥିଲେ | ପରେ ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା | ପ୍ରଧାନ ଗୁରୁଜୀ ଶ୍ରୀଯୁକ୍ତ ଜୟକୃଷ୍ଣ ବାରିକ ଅତିଥି ପରିଚୟ ପ୍ରଦାନ ଓ ମଞ୍ଚ ପରିଚାଳନା କରିଥିଲେ | ପରେ ମୁଖ୍ୟ ଅତିଥିଙ୍କ ଅଭିଭାଷଣ ରେ ରାସ୍ତୀୟ ନବ ବର୍ଷ ପାଳନ ଉଦ୍ଦେଶ୍ୟ ରେ ଆଲୋକପାତ କରିଥିଲେ | ମୁଖ୍ୟବକ୍ତା ଭାବେ ବାଲେଶ୍ୱର ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଚନ୍ଦ୍ରବିନ୍ଦୁ ଦାସ, ସମ୍ମାନିତ ଅତିଥି ଭାବେ ଜୟଦେବ ସିଂ , ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ କୁମାର ବେହେରା, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ହୃଷୀକେଶ ମହାନ୍ତି ଉପସ୍ଥିତ ରହି ରାଷ୍ଟ୍ରୀୟ ନବ ବର୍ଷର ତାତ୍ପର୍ଯ୍ୟ ଓ ପାଳନ ସମ୍ପର୍କରେ ଉପସ୍ଥିତ ଛାତ୍ର ଛାତ୍ରୀ, ଅଭିଭାବକ, ଅଭିଭାବିକା ମାନଙ୍କୁ ସଚେତନ କରାଇଥିଲେ।କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳର ସମସ୍ତଙ୍କ ଘର ଆଗରେ ପୂର୍ଣ୍ଣ କଳସ ସ୍ଥାପନ କରାଯାଇଥିଲା। ଶେଷରେ ସମସ୍ତଙ୍କୁ ବସ୍ତ୍ର ଓ ଦହି ସର୍ବତ
ବଣ୍ଟନ କରାଯାଇଥିଲା।





