ନୀଳଗିରି,୨୦/୪(ସିଧାସମ୍ବାଦ):ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ତିନିଜଣ ଯୁବକ ଗୁରୁତର ହୋଇଛନ୍ତି।ଏଭଳି ଘଟଣା ମିତ୍ରପୁର ବଇଁଚା ରାସ୍ତା କାଂଶ ନିକଟରେ ଘଟିଛି।ସୂଚନା ଅନୁଯାଇ ନୀଳଗିରି ବ୍ଲକ ଅଧିନ ନରସିଂହପୁର ପଞ୍ଚାୟତ ଧାରାଗଞ୍ଜ ଗ୍ରାମର ଜଗନ୍ନାଥ ବେହେରା ଏକ ବାଇକରେ ଆସୁଥିବା ବେଳେ ସାମ୍ନାପଟୁ ବାଇକ ରେ ଆସୁଥିବା ମିତ୍ରପୁର ଜାମବଣି ଗ୍ରାମର ଦଶହରା ସିଂ ଓ ଶ୍ରିତମ ବେହେରାଙ୍କ ସହିତ ଧକ୍କା ହୋଇଥିଲା।ତିନିଜଣ ପିଚୁରାସ୍ତା ଉପରେ କଚାଡ଼ି ପଡ଼ିଥିଲେ।ସମସ୍ତଙ୍କୁ ନୀଳଗିରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।ଜଗନ୍ନାଥ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି।




