ବୃଦ୍ଧା ବୟସରେ ମାଆ ହେଲା ଅଲୋଡ଼ା, ସମ୍ପତ୍ତି ଲୋଭ ରେ ମାଆ କୁ ମରଣାନ୍ତକ ଆକ୍ରମଣ, ଭାଙ୍ଗିଲା ହାତ, ଥାନାରେ ଅଭିଯୋଗ କଲେ ବୃଦ୍ଧା ମାଆ।

👇समाचार सुनने के लिए यहां क्लिक करें

ନିଳଗିରି ୨୦/୪(ସିଧାସମ୍ବାଦ);
ଯୋଉ ମାଆ ଦଶମାସ ଦଶଦିନ ଗର୍ଭରେ ଧରି ପୁଅକୁ ଜନ୍ମ କରି ଛୋଟ ରୁ ବଡ କଲା, ଆଜି ସେହି ପୁଅ ବୃଦ୍ଧା ମାଆ କୁ ସେବା କରିବା ପରିବର୍ତ୍ତେ ସାମାନ୍ୟ ସମ୍ପତି ପାଇଁ ଉଭୟ ଶାରିରୀକ, ମାନସିକ ଯନ୍ତ୍ରଣା ଦେବା ସହ ଏପରିକି ଖାଇବାକୁ ଦେଉନଥିବା ବେଳେ ଜୀବନରୁ ମାରିଦେବାକୁ ମଧ୍ୟ ପଛାଇ ନଥିଲା। ନିଜ ସ୍ତ୍ରୀ କଥାରେ ପରିଚାଳିତ ହୋଇ ଗତ ୧୬ତାରିଖରେ ବୃଦ୍ଧା ମାଆ କୁ ପୁଅ ପିଟିବା ଯୋଗୁଁ ମାଆ ର ଡାହାଣ ହାତକୁ ଭାଙ୍ଗି ଦେଇଥିଲା। ପୁଅକୁ ବହୁ କାକୁତି ମିନତି କରିଥିଲେ ମଧ୍ୟ ରାକ୍ଷସ ରୁପି ପୁଅ କିଛି ଶୁଣି ନଥିଲା। ଏପରି ଏକ ସମ୍ବେଦନଶିଲ ଘଟଣା ଖନ୍ତାପଡା ଥାନା ଅଧୀନସ୍ଥ ଶେରଗଡ଼ ଗ୍ରାମର ଅବସରପ୍ରାପ୍ତ ସେନା କର୍ମଚାରୀ ସ୍ବର୍ଗତ ଖଗେନ୍ଦ୍ର ସ ଗତ ୨୦୨୩ରେ ମୃତ୍ୟୁ ବରଣ କଲା ପରେ ବିଧବା ପତ୍ନୀ ଲକ୍ଷ୍ମୀପ୍ରିୟା ସ ଏକ ମାତ୍ର ପୁଅ ଶିବ ନାରାୟଣ ସ ନିକଟରେ ରହି ଆସୁଥିଲେ। ଦୁଇ ଝିଅ କୁ ବାହା ଦେଇଥିବା ବେଳେ ବୃଦ୍ଧା ମାଆ ଲକ୍ଷ୍ମୀପ୍ରିୟା ନିଜ ପୁଅକୁ ଭରସା କରି ଜୀବନ ବିତାଉଥିଲେ। ମାତ୍ର ପୁଅ ଶିବ ନାରାୟଣ ସ୍ରୀ କଥାରେ ପରିଚାଳିତ ହୋଇ ବୃଦ୍ଧା ମାଆ ଉପରେ
ଆରମ୍ଭ କରିଥିଲା ନିର୍ଯ୍ୟାତନା। ଏପରିକି ଖାଇବାକୁ ନ ଦେଇ ଘରୁ ତଡ଼ି ତଡ଼ି ଦେଇଥିଲେ। ବୃଦ୍ଧା ମାଆ ପିନ୍ଧିଥିବା ସୁନା ଅଳଙ୍କାର ଲୁଟି ନେଇଥିଲେ। ମାଡ଼ ମାରି ବୃଦ୍ଧା ମାଆ ର ହାତକୁ ଭାଙ୍ଗି ଦେଇଥିଲା। ପୋଡଶି ଘଟଣାସ୍ଥଳରେ ପହଂଚି ବୃଦ୍ଧା ଉଦ୍ଧାର କରିଥିଲେ। ପରେ ଗାଆଁରେ ରହୁଥିବା ଝିଅ ଘଟଣା ଶୁଣି ସଙ୍ଗେ ସଙ୍ଗେ ମାଆ ନିକଟରେ ପହଞ୍ଚି ଚିକିତ୍ସା ପାଇଁ ବାଲେଶ୍ଵର ନେଇ ଥିଲେ। କେବଳ ସମ୍ପତି ହାତେଇବା ପାଇଁ ପୁଅ ଶିବ ନାରାୟଣ ମାଆକୁ ଏପରି କରୁଥିବାର ଶୁଣିବାକୁ ମିଳୁଛି। ଏନେଇ ବୃଦ୍ଧା ଲକ୍ଷ୍ମୀପ୍ରିୟା ଶେରଗଡ଼ ଫାଣ୍ଡିରେ ଅଭିଯୋଗ କରିଥିବା ବେଳେ ୧୧୧/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ବୋଲି ଫାଣ୍ଡି ଅଧିକାରୀ ପି, କେ, ରାଉତ ସୂଚନା ଦେଇଛନ୍ତି। ଯଦି ଉଚିତ୍ ନ୍ୟାୟ ନମିଳେ ତେବେ ଲକ୍ଷ୍ମୀପ୍ରିୟା ବାଲେଶ୍ଵର ଏସ ପି ଙ୍କୁ ବିଧବା ସେନାବାହିନୀର ପତ୍ନୀ ଭାବରେ ଗୁହାରି ଜଣାଇବେ ବୋଲି ପ୍ରକାଶ କରିଛନ୍ତି। ତେବେ ପୋଲିସ ରାକ୍ଷସ ରୁପି ପୁଅ ପ୍ରତି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା। ଅପର ପକ୍ଷରେ ବୃଦ୍ଧା ଶାଶୁ ବିରୁଦ୍ଧରେ ବୋହୂ ଥାନାରେ ଅଭିଯୋଗ କରିଥିବାର ଜଣାପଡିଛି।

Sidha Sambad
Author: Sidha Sambad

Leave a Comment

और पढ़ें