ନୀଳଗିରି -୨୭/୪(ସିଧାସମ୍ବାଦ);
ନୀଳଗିରି ବ୍ଲକ ସିଆଡ଼ିମାଳ ପଞ୍ଚାୟତ ସିଆଡିମାଳ ଗ୍ରାମର ପୂର୍ବତନ ବନପାଳ ଶ୍ରୀଧର ଲେଙ୍କାଙ୍କ ଧର୍ମପତ୍ନୀ ତଥା ବରିଷ୍ଠ ସାମ୍ବାଦିକ ବିଜୟ କୁମାର ଲେଙ୍କାଙ୍କ ମାଆ ସମାଜସେବୀ ସ୍ବର୍ଗତ ଭଗବତୀ ଲେଙ୍କାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ରବିବାର ତାଙ୍କ ବାସଭବନରେ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ପରିବାର ଲୋକଙ୍କ ସହିତ ବନ୍ଧୁବାନ୍ଧବ ଏବଂ ବହୁ ନିମନ୍ତ୍ରିତ ଅତିଥି ଯୋଗଦେଇ ସ୍ୱର୍ଗତା ଲେଙ୍କାଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ପରେ ଏକ ସ୍ମୃତିସଭାର ଆୟୋଜନ କରାଯାଇ ତାଙ୍କର ଅଭୁଲା ସ୍ମୃତିଚାରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ, ବ୍ଲକ୍ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ଶୁଭେନ୍ଦୁ ମଙ୍ଗରାଜ,ଗଙ୍ଗାଧର ମିଶ୍ର, ନାରୀନେତ୍ରୀ ସୁନିତୀ ସିଂ ଙ୍କ ସମେତ ବହୁ ସମାଜସେବୀ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।





