ନିଳଗିରି,୨୭/୪(ସିଧାସମ୍ବାଦ); ବସଷ୍ଟାଣ୍ଡ ନିକଟରେ ଚା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ବାଲିଗୋହିରି ଗ୍ରାମର ଜଗା ଦାସ ଙ୍କ ଚା ଦୋକାନରୁ ତାଲା ଭାଙ୍ଗି ଦୁଇଟି ଗ୍ୟାସ୍ ସିଲିଣ୍ଡର୍ ଚୋରି ହୋଇଥିବାର ନିଳଗିରି ଥାନାରେ ଅଭିଯୋଗ କରିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ଏକ ଛୋଟ ଚା ଦୋକାନ କରି ପରିବାରକୁ ଭରଣ ପୋଷଣ କରିଆସୁଥିଲେ ଜଗା । ଗତ ଶୁକ୍ରବାର ରାତିରେ ସେ ଦୋକାନରେ ତାଲା ପକାଇ ଘରକୁ ଯାଇଥିଲା। ରାତି ସାରା ସେଠାରେ ପୋଲିସ ମୁତୟନ ହୋଇଥିବା ବେଳେ ଦୁର୍ବୃତ୍ତ ମାନେ ତାଲା ଭାଙ୍ଗି ଦୁଇଟି ଗ୍ୟାସ୍ ସିଲିଣ୍ଡର୍ ଚୋରି କରି ନେଇଛନ୍ତି। ସକାଳେ ବିଚରା ଜାଗା ଦାସ ଦୋକାନ ଖୋଲିବାକୁ ଆସିଥିବା ବେଳେ ତାଲା ଭଙ୍ଗାହୋଇ ଥିବାବେଳେ ଦୋକାନ ଭିତରେ ଥିବା ଦୁଇଟି ଗ୍ୟାସ୍ ସିଲିଣ୍ଡର୍ ନଥିବା ଦେଖିବାକୁ ପାଇଥିଲା। ବହୁ ସନ୍ଧାନ ନେବା ପରେବି କିଛି ସୁରାକ ପାଇନଥିଲା। ଶେଷରେ ନିରୁପାୟ ହୋଇ ନିଳଗିରି ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ଘଟଣା ସ୍ଥଳରୁ ଏକ ତାଲା ଭଙ୍ଗା ହତିଆର ଜବତ କରିଛି।





