ଜୀବିକା ମିଶନ ନାଁରେ କୋଟିକୋଟି ଟଙ୍କା ଦୁର୍ନୀତି ଅଭିଯୋଗର ଉଚ୍ଚ ସ୍ତରୀୟ ତଦନ୍ତ ଆରମ୍ଭ |

👇समाचार सुनने के लिए यहां क्लिक करें

ନୀଳଗିରି,୨୮/୪(ସିଧାସମ୍ବାଦ); ସରକାରଙ୍କ ଜୀବିକା ମିଶନ ଜରିଆରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଯେଉଁ ଯୋଜନାରେ କୋଟିକୋଟି ଟଙ୍କା ଆସିଥିଲା ଏହା ବାଟମାରଣା ହୋଇଛି।ଏଭଳି ମହାଦୁର୍ନୀତିର ତଥ୍ୟ ହାତରେ ଲାଗିବା ପରେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଉପଜିଲ୍ଲାପାଳ, ବିଡ଼ିଓଙ୍କୁ ଡକାଇ ଖୋଳତାଡ଼ କରିବା ପରେ ଜିଲ୍ଲାପାଳ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ଦେଇଥିଲେ। ୫ ଜଣିଆ କମିଟି ଗଠନ କରାଯାଇ ଏଭଳି ଦୁର୍ନୀତିର ତଦନ୍ତ କରିବା ସୂଚନା ଆସିବା ପରେ ଏହି ଦୁର୍ନୀତିର ପ୍ରମାଣ ନଷ୍ଟ କରିବା ସହ ତଦନ୍ତରେ ବାଟବଣା କରିବା ପାଇଁ ଜୀବିକା ମିଶନ ଅଧିକାରୀ ଏ ପଞ୍ଚାୟତରୁ ସେ ପଞ୍ଚାୟତ ଘୁରି ବୁଲୁଥିବା ଜଣାପଡିଛି। ରାଜ୍ୟ ସରକାରଙ୍କ ଜୀବିକା ମିଶନ ଯୋଜନାରେ କୁକୁଡ଼ା ଚାଷ,ଛେଳି ଚାଷ,ମାଛ ଚାଷ, ଯନ୍ତ୍ରାଂଶ ବାବଦରେ ୩୮କୋଟି ଟଙ୍କା ଅନୁଦାନ ଆସିଥିଲା। ଛେଳିଚାଷ ପାଇଁ ୬୦ ଲକ୍ଷ ଓ କୃଷି ପାଇଁ ବିଭିନ୍ନ ଯନ୍ତ୍ରାଂଶ ରେ ୬୦ ଲକ୍ଷ ଟଙ୍କା ଅନୁଦାନ ଅର୍ଥର ବ୍ୟାପକ ଦୁର୍ନୀତି ହୋଇଥିବା ପଦାକୁ ଆସିଥିଲା। ଅଭିଯୋଗ ହୋଇ ଆସିଥିଲା।ଏପରିକି ଏମବିକେ ଙ୍କୁ ହାତବାରିସୀ କରି ମହିଳା ମାନଙ୍କ ପାଇଁ ବିଭିନ୍ନ ଯୋଜନାର ବିନା ସୁଧ ଓ ସତକଢ଼ା ୨ ପ୍ରତିଶତ ସୁଧରେ ଅର୍ଥ ସବୁ ଜୀବିକା ମିଶନ ଅଧିକାରୀ ଅର୍ଜୁନ ପାଲ ହଡପ କରିଥିବା ଅଭିଯୋଗ ହୋଇଥିଲା। ଧୋବଶିଳା ପଞ୍ଚାୟତରେ ଦୁର୍ନୀତି ପଦାକୁ ଆସିବା ସହ କିଏ କେତେ ଟଙ୍କା ବାଟମାରଣା କରିଛି ପଦାକୁ ମଧ୍ୟ ଆସିଥିଲା। ସ୍ୱୟଂ ସହାୟକ ମହିଳା ଙ୍କ ୪୧ ଜଣ ସଦସ୍ୟଙ୍କୁ ଛେଳି ଚାଷ ପାଇଁ ୩୦୦ ରୁ ଉର୍ଦ୍ଧ୍ବ ଛେଳି କିଣିବା ପାଇଁ ଅର୍ଥ ଆସିଥିବା ବେଳେ ମାତ୍ର ୧୦ ଟି ଛେଳି କିଣି ବାକି ତକ ଅର୍ଥ ଭାଗ କରି ଆତ୍ମସାତ କରିଥିବାର ଭିଡିଓ ଫୁଟେଜ ପ୍ରମେୟ ହାତରେ ଲାଗିଥିଲା।ଜୀବିକା ମିଶନ ଅଧିକାରୀ ଅର୍ଜୁନ ପାଲ ୫୦ ହଜାର ନେଇଥିବା ବେଳେ ସଙ୍ଘର ସଭାପତି ପ୍ରଭାତୀ ସ୍ୱାଇଁ ୫୫ହଜାର,ଏମବିକେ ରଶ୍ମିତା ସ ଲକ୍ଷେ ଟଙ୍କା,ସେକ୍ରେଟାରୀ ସୁମିତ୍ରା ସିଂ ୪୫ ହଜାର ନେଇଥିବା ନିଜେ ସଙ୍ଘର ସଭାପତି ପ୍ରଭାତୀ ସ୍ୱାଇଁ ସ୍ୱୀକାର କରିବା ସହ ୩୦୦ ଛେଳିରୁ ମାତ୍ର ୧୦ ଟି ଛେଳି ମଧ୍ୟ କିଣିଥିବା ସ୍ୱୀକାର କରିଥିଲେ।ଏହାର ଭିଡିଓ ଫୁଟେଜ ହାତରେ ଲାଗିଥିଲା।ଶେଷରେ ଜିଲ୍ଲାପାଳଙ୍କ ନିର୍ଦେଶରେ ଜିଲ୍ଲାପରିଷଦ କାର୍ଯ୍ୟାଳୟରୁ ଏକ ନିର୍ଦେଶନାମା ପତ୍ର ଯେଉଁଥିରେ ନୀଳଗିରି ବିଡ଼ିଓ,ଡିପିସି ମିଶନଶକ୍ତି,ଡିପିଏମ ଓଏଲଏମ,ବିପିଏମ,ଏକାଉଣ୍ଟସ ଅଫିସର ଆସନ୍ତା ୭ ଦିନ ଭିତରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଉଲ୍ଲେଖ ରହିଥିଲା।ସେହିପରି ଋଷିଆ ମାଛ ଚାଷ ରେ ଯେଉଁ ଦୁର୍ନୀତି ବିଧାୟକ ଧରିଥିଲେ ତାହାର ମଧ୍ୟ ଆସନ୍ତା ୨୯ ତାରିଖରେ ହେବ ବୋଲି ନୀଳଗିରି ବ୍ଲକ ଫାଇନାନ୍ସ ଅଫିସର କେସିପୁର ଜିପି ଏଲଏଫ ଙ୍କୁ ପତ୍ର ଲେଖିଥିବା ଜଣାପଡିଛି।ତେବେ ଏହି ମହାଦୁର୍ନୀତି ର ତଦନ୍ତ ନିର୍ଦେଶ ଆସିବା ପରେ ନୀଳଗିରୀ ଜୀବିକା ମିଶନ ସମେତ ବ୍ଲକ ପରିସରରେ ବେଶ ଛନକା ପଶିବା ପରେ ପ୍ରମାଣ ନଷ୍ଟ ଓ ତଦନ୍ତରେ ବାଟବଣା ପାଇଁ ଚାଲିଛି ଷଡଯନ୍ତ୍ର।ଜୀବିକା ମିଶନ ଅଧିକାରୀ ଅର୍ଜୁନ ପାଲ ବିଭିନ୍ନ ପଞ୍ଚାୟତ ଯାଇ ସଙ୍ଘର ସଭାପତି, ଏମବିକେ ଓ ଅନ୍ୟ ସଦସ୍ୟଙ୍କୁ ତଦନ୍ତରେ କଣ କହିବାକୁ ହେବ ଓ ପ୍ରମାଣ ନଷ୍ଟକରୁଥିବା ବିଶେଷ ସୂତ୍ରରୁ ସୂଚନା ଆସିଛି।ସେହିପରି।ଏମବିକେ ମଧ୍ୟ ସାଂସଦଙ୍କ ଘରେ ପହଞ୍ଚି ତାଙ୍କ ଶରଣ ପଶିଛନ୍ତି।ତେବେ କୋଟିକୋଟି ଟଙ୍କାର ଦୁର୍ନୀତିର ସଠିକ ତଦନ୍ତ ହେଲେ ଖାଲି ମିଶନ ଶକ୍ତି ଅଧିକାରୀ, ଏମବିକେ ନୁହଁନ୍ତି ପୁର୍ବତନ ବିଡ଼ିଓ ଙ୍କ କଳାକାରନାମା ମଧ୍ୟ ପଦାକୁ ଆସିବ ବୋଲି ଅଞ୍ଚଳବାସୀ ଆଶା ରଖିଥିବା ବେଳେ ଆଜି ଜିଲ୍ଲାରୁ ୪ଜଣିଆ ଟିମ ଆସି ଏହି ଦୁର୍ନୀତିର ତଦନ୍ତ ଆରମ୍ବ କରି ଫେରିଛି।ଆସନ୍ତାକାଲି କେସିପୁର ପଞ୍ଚାୟତ ରେ ମଧ୍ୟ ଏହି ଦୁର୍ନୀତିର ଖୋଳତାଡ଼ ହେବ ବୋଲି ଜଣାପଡିଛି।

Sidha Sambad
Author: Sidha Sambad

Leave a Comment

और पढ़ें