କୁଳଡିହା ଅଭୟାରଣ୍ୟ ରେ ଶିକାରୀ ଆକ୍ରମଣରେ ବନ କର୍ମଚାରୀ ଆହତ |

👇समाचार सुनने के लिए यहां क्लिक करें

ନୀଳଗିରି,୨୮/୪(ସିଧାସମ୍ବାଦ); ବାଲେଶ୍ୱର ଜିଲ୍ଲା ନୀଳଗିରି କୁଳଡିହା ଅଭୟାରଣ୍ୟରେ ଶିକାରୀ ଓ ବନକର୍ମଚାରୀ ମୁହାଁମୁହିଁ ହୋଇଛନ୍ତି।ଏପରିକି ଶିକାରୀ ଆକ୍ରମଣରେ ବନ କର୍ମଚାରୀ ଆହତ ହୋଇଛନ୍ତି।ସନ୍ତରାଗଡ଼ିଆ ବିଟ ଅଧିନ ଗୁଡିଖାଣିଆ ଅଞ୍ଚଳରେ କିଛି ଶିକାରୀ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିବା ନେଇ କୁଳଡିହା ବନବିଭାଗ ଜାଣିବାକୁ ପାଇଥିଲା।ଏସିଏଫ ସୁବ୍ରତ ବେହେରା ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟର ଭାଗ୍ୟଶ୍ରୀ ଦ୍ବିବେଦୀଙ୍କୁ ତୁରନ୍ତ ଗଢ଼ାଉ କରିବା ପାଇଁ ନିର୍ଦେଶ ଦେଇଥିଲେ।ପରେ ମଧ୍ୟ ନିଜେ ଘଟଣା ସ୍ଥଳକୁ ଯାଇଥିଲେ।ହେଲେ ସେତେବେଳକୁ ଶିକାରୀ ବନ କର୍ମଚାରୀଙ୍କୁ ଆକ୍ରମଣ କରି ସାରିଥିଲେ। ଜାମ୍ବଦା ଅଞ୍ଚଳର ମାଧ ସିଂ ଓ ଶିବ ସିଂ ବନ୍ଧୁକ ଧରି ଆସୁଥିବା ବେଳେ ବନ କର୍ମଚାରୀ ତାଙ୍କୁ ଅଟକାଇ ଥିଲେ।ହେଲେ ଶିକାରୀ ମାଧ ସିଂ ବନକର୍ମଚାରୀ ମହେଶ୍ବର ବେହେରାଙ୍କୁ ବନ୍ଧୁକ ରେ ମୁଣ୍ଡକୁ ଆଘାତ କରିଥିଲା।ତାଙ୍କୁ କାବୁ କରାଯାଇଥିବା ବେଳେ ଶିବ ସିଂ ଫେରାର ହୋଇ ଯାଇଥିଲା।ଏନେଇ ବନ ବି

Sidha Sambad
Author: Sidha Sambad

Leave a Comment

और पढ़ें