ନୀଳଗିରି,୨୮/୪(ସିଧାସମ୍ବାଦ);
ନୀଳଗିରି ଅଞ୍ଚଳବାସି ଙ୍କ ବିଭିନ୍ନ ସମସ୍ୟା ନେଇ ଭାରତୀୟ କମ୍ୟୁନିଷ୍ଟି ପାର୍ଟି ନୀଳଗିରି ଅଂଚଳିକ କମିଟି ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି | ସୂଚନା ଅନୁଯାଇ
ନୀଳଗିରି ଉପଖଣ୍ଡରେ ବସବାସ କରୁଥିବା ଅଧିବାସୀ ମାନଙ୍କ ମଧ୍ୟରୁ ଶତକଡ଼ା ୯୦ ଭାଗ ଲୋକ ଗରିବ, ଦିନମଜୁରିଆ, ଆଦିବାସୀ, ଦଳିତ ଓ ପଛୁଆ ବର୍ଗ ସମ୍ପ୍ରଦାୟର ଅଟନ୍ତି । ପୂର୍ବରୁ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ଭରସା କରି ବଞ୍ଚି ଆସୁଥିଲେ | କୁଲଡିହା ଅଭୟାରଣ୍ୟ ଓ ସେଞ୍ଜୁରୀ ଘେଷଣା ପରେ ସେଥିରୁ ବଂଚିତ ଅଛନ୍ତି ଅଞ୍ଚଳବାସି । ନୀଳଗିରି ଉପଖଣ୍ଡରେ ନା ଅଛି କଳକାରଖାନା, ନାଅଛି ନଦୀ ବନ୍ଧ ର ଯୋଜନା | ଏଥିପାଇଁ ଚାଷ ଜମିକୁ ଜଳସେଚନର ସୁ ବ୍ୟବସ୍ଥା ହୋଇପାରୁନାହିଁ | ପଥୁରିଆ ଅଞ୍ଚଳ ପାଇଁ ଗଭୀର ନଳକୂପ ଏ ଅଂଚଳରେ ହୋଇପାରୁ ନାହିଁ । ରୋଜଗାରିଆ ପୁଅ ଏଠାରେ କାମ ଧନ୍ଦା ନପାଇ ଦାଦନ ଶ୍ରମିକ ଭାବେ ବାଙ୍ଗାଲୋର, ଗୁଜୁରାଟ, ଚେନ୍ନାଇ , ବମ୍ବେ, ଦିଲ୍ଲି, ହାଇଦ୍ରାବାଦ ଦାଦନ ଖଟିବାକୁ ଚାଲିଯାଉଛନ୍ତି । ବେଳେ ବେଳେ ଶବପାଲଟି ଫେରିବାର ବହୁ ନଜିର ଅଛି । ପରିବାର ଲୋକେ ବହୁ କଷ୍ଟରେ କାଳାତିପାତ କରୁଛନ୍ତି । ଶାଳପତ୍ରର ଥାଳିତିଆରି କରି ଦୈନିକ ୭୦ ରୁ ୮୦ ଟଙ୍କା ମଜୁରୀ ପାଇ ନିଜର ପରିବାର ଚଳାନ୍ତି । ଅନ୍ଧକାରରୁ ମୁକ୍ତି ପାଇଁ ଡିବିରି ବତି ଜାଳନ୍ତି । ମାତ୍ର କିରୋସିନୀ ଲିଟର ପିଛା ୮୦ ରୁ ୯୦ ଟଙ୍କା ଦାମ ହେବାରୁ ତାହା ମଧ୍ୟ ସମ୍ଭବ ହେଉନାହିଁ । ହେଲେ କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କ ପାଇଁ ମାଗଣା ବିଜୁଳୀ ସଂଯୋଗ ଯୋଗୁଁ ଆଜି ଘରେ ଘରେ ବିଜୁଳି ଆଲୁଅ ପଂହଚିବାର ସୁଯୋଗ ମିଳିଛି । ହେଲେ ରାଜ୍ୟରେ ବିଜୁଳି ସଂସ୍ଥା ଟାଟା କମ୍ପାନି ହାତରେ ନ୍ୟସ୍ତ ଥିଲାବେଳେ,ବିଜୁଳି କର ଦେଇ ନପାରିବାରୁ ବହୁ ଗରିବ ପରିବାର ପାଇଁ ବିଜୁଳି ସାତ ସପନ ହୋଇଛି |
ଏନେଇ ମାନ୍ୟବର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ, ଗତ ବିଧାନ ସଭା ନିର୍ବାଚନରେ ବିଜୁଳି ଛାଡ଼ ପାଇଁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ପାଇଁ ଦାବି କରାଯାଇଛି |
ତେବେ ଅଞ୍ଚଳ ବାସୀଙ୍କର ବିଭିନ୍ନ ସମସ୍ୟା ସହିତ ବିଜୁଳି କର ସଂପୁର୍ଣ ଛାଡ଼ କରି ଗରିବ ପରିବାରକୁ ଅନ୍ଧକାରରୁ ମୁକ୍ତି, ଛୋଟ ପିଲାମାନଙ୍କୁ ସଂଧ୍ୟାରେ ପାଠ ପଢ଼ିବାରେ ସାହାଯ୍ୟ କରିବା ସହିତ, ପାହାଡ଼ ପାଦ ଦେଶରେ ରହୁଥିବା ଜନ ଜାତିର ଲୋକେ ଘର ବାହାରକୁ ବାହାରିଲେ ସର୍ପର ଦଂଶନର ଜ୍ଵାଳାରୁ ମୁକ୍ତ ହେଲେ ଉପକୃତ ହୋଇପାରିବେ |




