ବିଜେପି ପକ୍ଷରୁ କୃଷକଙ୍କୁ ସମ୍ବର୍ଦ୍ଧନା

👇समाचार सुनने के लिए यहां क्लिक करें

ବୋଲଗଡ (ସିଧା ସମ୍ବାଦ)ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବୋଲଗଡ ବିଜେପି ପକ୍ଷରୁ କୃଷକ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି. ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ ଯୋଗଦେଇ ୧୫୦ଜଣ ସଫଳ କୃଷକଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ. ବେଗୁନିଆ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରଶାନ୍ତ ଜଗଦେବ ର ଜନ୍ମସ୍ଥାନ. ତେଣୁ ବୋଲଗଡ ବେଗୁନିଆର ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା ଉଦ୍ୟମ କରୁଥିବି ବୋଲି ପ୍ରକାଶ କରିଥିଲେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କୃଷକ ମାନଙ୍କ ପାଇଁ ବହୁବିଧ ଯୋଜନା କରିଛନ୍ତି. ସେସବୁକୁ ବୋଲଗଡ ବେଗୁନିଆ ରେ ପ୍ରଥମେ କାର୍ଯ୍ୟକାରୀ କରାଯିବ ବୋଲି ପ୍ରକାଶ କରିଥିଲେ. ବେଗୁନିଆ ବୋଲଗଡ ର ଜଳସେଚନ ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସୂଚନା ଦେଇଛନ୍ତି. ପୂର୍ବତନ ଉପାଧ୍ୟାକ୍ଷ ଦୁର୍ଯ୍ୟୋଧନ ସ୍ବାଇଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ ସରପଞ୍ଚ ବାସୁଦେବ ପରିଡା ପୂର୍ବତନ ସମିତିସଭ୍ୟ ଅଜିତ କୁମାର ପଟ୍ଟନାୟକ ପୂର୍ବତନ ସମିତିସଭ୍ୟ ବିଜୟ କୁମାର ଲେଙ୍କା ସମାଜସେବୀ ସୁଶାନ୍ତ ନାଥ ଙ୍କ ସମେତ ବହୁ ପୁରାତନ କର୍ମୀ ଯୋଗଦେଇଥିଲେ..

Sidha Sambad
Author: Sidha Sambad

Leave a Comment

और पढ़ें